ଗଞ୍ଜାମ କଲେଜର ୫୬ ତମ ସ୍ଵ-ନକ୍ଷତ୍ର ଉତ୍ସବ ପାଳିତ…

ଛତ୍ରପୁର : ଐତିହାସିକ ଗଞ୍ଜାମ ସହରର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୋ-କଲେଜ୍ ତଥା ଏହି କଲେଜ୍ ର ଆଲୁମିନ୍ ଅବା ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନ ର ଓଡ଼ିଶା ସରକାରଙ୍କ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜକୁ ଅତ୍ୟନ୍ତ ଖୁସିବ୍ୟକ୍ତ କରି ଗୌରବାନିତ୍ଵ ମନେ କରିଛନ୍ତି ।
ପ୍ରାରମ୍ଭରେ ମାନ୍ୟବର ମନ୍ତ୍ରୀ ଗଞ୍ଜାମ ସହରର ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଆଦି ପରିଦର୍ଶନ କରିବା ପରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ । ସେଠାରୁ ଫେରି ନିଜର ଛାତ୍ର ଜୀବନ ବିତାଇ ଥିବା ମୋ-କଲେଜ୍ କାର୍ଯ୍ୟକ୍ରମ ତଥା ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ, ଏହା ଛାତ୍ରସମାଜ ଏବଂ ସ୍ଵ-ନକ୍ଷତ୍ର ଉତ୍ସବରେ ଉପସ୍ଥିତ ସୁଧିବୃନ୍ଦ ଙ୍କୁ ଚକିତ କରିଦେଇଥିଲା ।
ଏହି ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ କୁ ଆହୁରି ଉନ୍ନତ କରିବାକୁ ହେବ, ଏହାର ଅଦ୍ଭାବ ଓ ଅସୁବିଧା ପୂରଣ ଦିଗରେ ଯଥେଷ୍ଟ ସାହାଯ୍ୟ କରିବାକୁ ମୁଁ ବ୍ୟଗ୍ର ଅଛି ବୋଲି କହି ଏହି କଲେଜ୍ ରେ ସବୁଜ ବନାନୀ, ସୌନ୍ଦର୍ଯ୍ୟକରଣ ଓ ବିଦ୍ୟାର୍ଥୀଙ୍କ ଚାରିତ୍ରିକ ଗଠନ ଦିଗରେ ବିହିତ ପଦକ୍ଷେପ ଓ ଧ୍ୟାନ ଦେବାକୁ କଲେଜ୍ କର୍ତ୍ତୃପକ୍ଷଙ୍କୁ ମାନ୍ୟବର ମନ୍ତ୍ରୀ ଅନୁରୋଧ କରିଥିଲେ । ସଭାମଞ୍ଚକୁ ଆସିବା ପୂର୍ବରୁ ମାନ୍ୟବର ମନ୍ତ୍ରୀ ଗଞ୍ଜାମ କଲେଜ୍ କୁ ଯାଇଥିବା ୧୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାର ଶୁଭ ଉଦ୍ଘାଟନ କରିବା ସାଂଗକୁ ଟେଣ୍ଡର ସରିଥିବା ଅବା ୧୫ଲକ୍ଷ ଟଙ୍କା ବିନିମୟରେ ହେବାକୁଥିବା ରାସ୍ତାର ଭିତ୍ତିପ୍ରସ୍ତର କରିଥିଲେ । ଓଡ଼ିଶା ବିଧାନ ସଭାର ପ୍ରାକ୍ତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି କଲେଜ୍ ପ୍ରତିଷ୍ଠା ଦିଗରେ ପ୍ରଥମେ ନିଜେ ବହୁ ପ୍ରତିଘାତ ର ସମକକ୍ଷ ହୋଇଥିବା ନେଇ ସଭମଞ୍ଚରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ନଗରପାଳ ଶ୍ରୀମତୀ ପ୍ରତିଭା ପାଢ଼ୀ ଯୋଗଦେଇ କଲେଜ୍ ର ଭବିଷ୍ୟ ଉଜ୍ଜ୍ବଳ କାମନା କରିଥିଲେ ।
ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ପୂର୍ବତନ ଛାତ୍ର ତଥା ପ୍ରାକ୍ତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ । ସଭାମଞ୍ଚରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ପୁରସ୍କୃତ କରିଥିଲେ । ଓଡ଼ିଆ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ସଭାରେ ସଂଯୋଜନା କରିଥିଲେ । ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ଭୋଳ ବର୍ଷିକ ବିବରଣୀ ପାଠ କରିଥିବାବେଳେ ଶେଷରେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ନିରଞ୍ଜନ ଗୁରୁ ଧନ୍ୟବାଦ୍ ଜଣାଇଥିଲେ ।।

nis-ad
Leave A Reply

Your email address will not be published.