ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ସୃଷ୍ଟି ହେଲା ଘାଇ : ଯାତାୟତ ବାଧାପ୍ରାପ୍ତ

ନବରଙ୍ଗପୁର : ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯିବା ରାସ୍ତାରେ କହ୍ନେଇ ମୁଣ୍ଡା ନିକଟର ଲଗାଣ ବର୍ଷା ରେ ଧୋଇଗଲା ଅସ୍ଥାୟୀ ରାସ୍ତା… ସୃଷ୍ଟି ହେଲା ୮ ଫୁଟ ର ଘାଇ.. ଫଳରେ ରାସ୍ତାକଡ଼ ରେ ଗାଡି ଗୁଡିକ ଠିଆ ହୋଇ ରହିଛି l ତେଣୁ, ନବରଙ୍ଗପୁର ରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଅନ୍ୟପଟେ ନବରଙ୍ଗପୁର ପୂର୍ତ୍ତ ବିଭାଗର ଅଧିକାରୀ ମାନେ ସେଠାରେ ପହଞ୍ଚି ଘାଇ କୁ ମାଟି ଓ ବାଲି ବସ୍ତା ପକାଇ ସମତଳ କରିବାକୁ ଚେଷ୍ଟା କରୁଛନ୍ତି l ପ୍ରକାଶ ଯୋଗ୍ୟ କି ସେଠାରେ ନବରଙ୍ଗପୁର ପୂର୍ତ୍ତ ବିଭାଗ ପକ୍ଷ ରୁ ୫.୦୪ କୋଟି ଟଙ୍କା ବ୍ୟୟ ରେ ସୁଉଚ୍ଚ ସେତୁ ନିର୍ମାଣ କରାଯାଉଥିବାରୁ ଲୋକଙ୍କ ଗମନାଗମନ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା l ବର୍ତମାନ ସେଠାରେ ୮ ଫୁଟ ର ଘାଇ ସୃଷ୍ଟି ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଯାତାୟାତ ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇପାରୁନଥିବା ବେଳେ ପୋଲିସ ସେଠାରେ ଜଗିରହିଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.