କୋରୁକୋଣ୍ଡା ବ୍ଲକ ଅଧକ୍ଷ ଅଣଦେଖା କରୁଥିବା ଅଭିଯୋଗ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କଲେ ୮ଜଣ ସମିତି ସଭ୍ୟସଭ୍ୟା

ବୈଠକକୁ ବର୍ଜନ କଲେ ୮ଜଣ ସଭ୍ୟ ସଭ୍ୟା ।

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଆଜି କୋରୁକୋଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ଘଣ୍ଟିକା ସମୟରେ ପଞ୍ଚାୟତ ସମିତି ବୈଠକ ଡକା ଯାଇଥିଲା । ଏହି ବୈଠକରେ ଯୋଗ ଦେବାକୁ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ , ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ସମେତ ବ୍ଲକ ଅଧକ୍ଷ ଜିତୁ ବୁରୁଡ଼ି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ରଙ୍କ ସମେତ ୩ଜଣ ସମିତି ସଭ୍ୟ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହରେ ପହଞ୍ଚିଥିଲେ ।କିନ୍ତୁ ସେଠାରେ ସେମାନେ ଦୀର୍ଘଘଣ୍ଟା ଧରି ଅପେକ୍ଷା କରିଥିଲେ ମଧ୍ୟ ଉକ୍ତ ବୈଠକକୁ ବ୍କକ ଉପାଦକ୍ଷଙ୍କ ସମେୟ ଅନ୍ୟ ୮ଜଣ ସମିତି ସଭ୍ୟସଭ୍ୟା ଆଦୌ ବୈଠକକୁ ଆସିନଥିଲେ । ଶେଷରେ ମାଲକାନଗିରି ବିଧାୟକ ନରସିଂ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ମିଳିତଭାବେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୨୮ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ସହ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିଥିଲେ । ସେହିପରି ମୋଟ ୧୧ ଜଣ ଭିନ୍ନକ୍ଷମ ମାନଙ୍କୁ ବସ ପାସ ଓ ଟ୍ରାଇସାଇକେଲ ବଣ୍ଟନ କରିଥିଲେ ।

ଏହି ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ଜିତୁ ବୁରୁଡ଼ି ଓ ବିଡ଼ିଓ ସୁଜିତ ମିଶ୍ରଙ୍କ ସମେତ ବ୍ଲକର ବହୁ କର୍ମଚାରୀମାନେ ଉପସ୍ଥିତ ଥିଲେ ।ସମିତି ବୈଠକ ପାଇଁ ସଂଖ୍ୟା ଗରିଷ୍ଠତା ନହେବାରୁ ବ୍ଲକ ପ୍ରଶାସନ ପକ୍ଷରୁ ବୈଠକକୁ ଆଜି ବାତିଲ କରାଯାଇଥିଲା । ବିଧାନସଭା ସରିବା ପରେ ଦିନ ଧାର୍ଯ୍ୟ କରି ପଞ୍ଚାୟତ ସମିତି ବୈଠକ କରାଯିବ ବୋଲି ବିଡ଼ିଓ ଶ୍ରୀ ମିଶ୍ର କହିଛନ୍ତି ।ଆଜି ସମିତି ବୈଠକ ବାତିଲ ହେବା ଘଟଣାକୁ ନେଇ ଦୁଇ ଜଣ ବିଧାୟକ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ।ଅନ୍ୟ ବିଭାଗର ଅଧିକାରୀମାନେ ନିରାଶ ହୋଇ ଫେରିଯାଇଥିଲେ ।ଏହାର କିଛି ସମୟପରେ ବୈଠକକୁ ଆସିନଥିବା ୮ଜଣ ସମିତି ସଭ୍ୟା ସଭ୍ୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ,ଆଜକୁ ଦୀର୍ଘ ଅଢ଼େଇ ବର୍ଷ ହେବ ସମସ୍ତ ସମିତି ସଭ୍ୟ ସଭ୍ୟା ମାନଙ୍କୁ ସମ୍ପୁର୍ଣ ଭାବେ ଅଣଦେଖା କରାଯାଉଛି ।କାର୍ଯ୍ୟ ଖସଡ଼ା ପ୍ରସ୍ତତ ହେଉ ଅବା କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ର ଚିଠା ମାଗିଲେ ଆମକୁ ଦିଆଯାଉନାହିଁ ।ଏ ସମ୍ପର୍କରେ ଏକାଧିକ ଥର ପଚାରିଲେ ଆମକୁ ଦୁର୍ବ୍ୟବହାର କରାଯାଉଛି ।ଅଧକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆମ୍ଭେ ସମସ୍ତେ ଆଜି ହେବାକୁ ଥିବା ସମିତି ବୈଠକକୁ ବର୍ଜନ କରିଛୁ ବୋଲି ଉପାଦକ୍ଷ ମାନସିକ ପଡ଼ିଆମୀ, ତାର୍ଲାକୋଟା ସମିତି ସଭ୍ୟ ପର୍ଶୁରାମ ଖେମୁଡୁ, କାମବେଡାର ରୀନା ମାଡକାମୀ, ନାକାମାମୁଡ଼ିର ଲକ୍ଷ୍ମୀ ଖିଲ, ପୁରୁଣା ଚିତାପାରିର ମଦନ ପାମିଆ, କୋରୁକୋଣ୍ଡାର ସବିତା ସୋଡି, ତୁମସାପାଲ୍ଲୀ ର ଭୀମା ପଡ଼ିଆମୀ, ଓ ନିଳାକାମ୍ବେରୁ ର ସମିତି ସଭ୍ୟା ପଦିଆ ସୋଡି ଙ୍କ ଦସ୍ତଖତ ଥିବା ଏକ ଲିଖିତ ଅଭିଯୋଗ ପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.