ବିଜେପିର ଜୋନ୍ ସ୍ତରୀୟ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, ୭/୮ : ଭାରତୀୟ ଜନତା ପାର୍ଟି ପକ୍ଷରୁ ୯ ଗୋଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଘୁମୁସର ସାଙ୍ଗଠନିକ ଜିଲ୍ଲାକୁ ନେଇ ଏକ ଜୋନ୍ ସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ମାନସ ମହାନ୍ତିଙ୍କ ଉପସ୍ଥିତିରେ ବ୍ରହ୍ମପୁର ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧିନତାର ୭୫ ବର୍ଷ ପରେ ରାଷ୍ଟ୍ରଭକ୍ତି ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ଦେଶର ୧୪୦ କୋଟି ଲୋକଙ୍କୁ ଦଳ,ମତ,ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ସମସ୍ତଙ୍କୁ ଦେଶ ମାତୃକାର ସେବା କରିବା ଓ ଭାରତ ମାତାର ପୂଜନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସମାଜର ୭୨ ଭାଗ ହେଉଛି ଯୁବ ସମାଜ ଏବଂ ବିଶେଷ କରି ଏହି ଯୁବ ସମାଜ ଏଥିରେ ଅନୁପ୍ରାଣିତ ହୋଇଛନ୍ତି । ଗତ କିଛି ବର୍ଷ ଧରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ହର ଘର ତ୍ରିରଙ୍ଗା, “ତ୍ରିରଙ୍ଗା ଯାତ୍ରା” ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଆସୁଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳି ଦେଇଛନ୍ତି ଓ ଜେଲ୍ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ “କ୍ରାନ୍ତି ଦିବସ” ପାଳନ କରାଯିବ । ଏହି ଅବସରରେ ଜିଲ୍ଲାରେ ସ୍ଥାନୀୟ ସହୀଦ ମାନଙ୍କୁ ସ୍ମରଣ କରାଯାଇ ସାଇକେଲ ଯାତ୍ରା, ପଦଯାତ୍ରା, ବାଇକ୍ ରାଲି ମାନ ଅନୁଷ୍ଠିତ ହେବ । ଅଗଷ୍ଟ ୧୧ ର ୧୪ ତାରିଖ ପର୍ଯ୍ୟନ୍ତ “ତ୍ରିରଙ୍ଗା ଯାତ୍ରା” ସହ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ଚାରି ପାଖରେ ସ୍ୱଚ୍ଛତା ଅଭିଯାନ, ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଠାନରେ “ହର ଘର ତ୍ରିରଙ୍ଗା” ଉତ୍ତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳି ଅର୍ପଣ କରାଯିବ ବୋଲିି ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ମାନସ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ୧୪ ଅଗଷ୍ଟ ୧୯୪୭ ରେ ଭାରତର ବିଭାଜନ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ହତ୍ୟା ଓ ବିସ୍ଥାପନ ହୋଇଥିଲା । ଦେଶ ବିଭାଜନ ନିଷ୍ପତ୍ତି ଭୁଲ୍ ଥିଲା । ଏହି ଯନ୍ତ୍ରଣାଦାୟକ ଦିନକୁ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ଭାବେ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସଂଧ୍ୟାରେ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଅଗଷ୍ଟ ୧୬ ତାରିଖ ଦିନ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ପାଳନ କରାଯିବା ସହ ୧୯ ଅଗଷ୍ଟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରାଯିବ ।

ଏହି ସମସ୍ତ କାର୍ଯ୍ୟକ୍ରମ ୱାର୍ଡ଼ ସ୍ତରରୁ ମଣ୍ଡଳ ସ୍ତରୀୟ ଏବଂ ଜିଲ୍ଲା ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ପାର୍ଟିର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତ୍ତା, ଜନପ୍ରତିନିଧି ସାମିଲ୍ ହେବେ । ସାଧାରଣ ଜନତା ମଧ୍ୟ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ମାନସ ମହାନ୍ତି ପ୍ରତ୍ୟକ ଜନସାଧାରଣଙ୍କୁ୍ ନିବେଦନ କରିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା,ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ,ସ୍ୱଚ୍ଛ ଭାରତ ଅଭିଯାନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବିଜୟ କୁମାର ସ୍ୱାଇଁ,ଜଗନ୍ନାଥ ସାହୁ,ଶିବ ପଟ୍ଟନାୟକ,ସୁମନ୍ତ ପ୍ରଧାନ,ନିମାଇଁ ପାଲ୍,ସୁରେଶ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ସିଦ୍ଧାନ୍ତ ଗଙ୍ଗଦେବ,ପ୍ରଶାନ୍ତ ନାୟକ,ମହନ୍ତ ଚିନ୍ମୟାନନ୍ଦ ଦାସ,ଗଙ୍ଗାଧର ଶତପଥି,ରାମ କୁମାର ପାତ୍ର,ପରେଶ ରଥ,ରଶ୍ମିରାଣୀ ମହାପାତ୍ର,ବରିଷ୍ଠ ନେତା ତଥା ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ବାଳକୃଷ୍ଣ ସାମନ୍ତରା,ଲକ୍ଷ୍ମୀ ନାରାୟଣ ପଣ୍ଡା,ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ପଦ୍ମ ଚରଣ ସାହୁ,ରାମ ପ୍ରସାଦ ସାମଲ,ଭୀମସେନ ବେହେରା,କୀର୍ତ୍ତନ ଦାସ,କାମଦେବ ପଟ୍ଟନାୟକ,ଜଗନ୍ନାଥ ମହାପାତ୍ର,ଯଜ୍ଞ ନାରାୟଣ ଦାସ,ଦେବେନ୍ଦ୍ର ମହାନ୍ତି,ଚନ୍ଦ୍ର ଶେଖର ରଥ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖଙ୍କ ସମେତ ୯ ଟି ଜିଲ୍ଲାର ସାଧାରଣ ସମ୍ପାଦକ,ଜିଲ୍ଲା ସଂଯୋଜକ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.