ଲଗାଣ ବର୍ଷାରେ ବିରାଟ ବରଗଛ ଟଳି ପଡିଲା ଘର ଉପରେ

ଫୁଲବାଣୀ : ପରିବାର ଲୋକେ ଘରେ ନଥିବା ସମୟରେ ନିଜ ଘର ବାରିପଟେ ଏକ ବିରାଟ ବରଗଛ ଲଗାତାର ଝଡ଼ି ବର୍ଷା ଯୋଗୁଁ ଆଜି ଟଳି ପଡିଛି ଘର ଉପରେ l ଘରର ଅର୍ଦ୍ଧେକ ଅଂଶ ଭାଙ୍ଗି ଯାଇଥିବା ବେଳେ ଘରର ବହୁ ଆସବାବ ପତ୍ର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ଘରର କ୍ଷତି ହୋଇଥିଲେ ସୁଦ୍ଧା କାହାରି ଜୀବନ ପ୍ରତି ବିପଦ ଆସୀନ ଥିବା ଦେଖିବାକୁ ମିଳିଛି l ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଜାମଝୁରି ଗ୍ରାମର ସବିତା ମଲ୍ଲିକଙ୍କ ଘର ଉପରେ l ସୂଚନା ଅନୁସାରେ ଆଜି ଦିନ ବେଳେ ଛୁଆମାନେ ସ୍କଲ କୁ ଯାଇଥିବା ବେଳେ ଅନ୍ୟ ସଦସ୍ୟ ଚାସବାସ ପାଇଁ ବିଲକୁ ଯାଇଥିବା ସମୟରେ ଘର ବାରିପଟେ ଥିବା ଏକ ବିରାଟ ବରଗଛ ହଟାତ ଘର ଉପରେ ଟଳି ପଡିଥିଲା l ଗଛ ପଡ଼ିବାର ଶବ୍ଦ ପାଇ ଗାଁ ରେ ଥିବା ଲୋକେ ସବିତାଙ୍କ ପରିବାରଙ୍କୁ ଖବର ଦେଇଥିଲେ l ଏହି ଦୁର୍ଘଟଣା ଘଟିବା ଖବର ପାଇ ସବିତା ମଲ୍ଲିକ ଓ ତାଙ୍କ ମାଆ ଘରକୁ ଆସି ଏପରି ଦୃଶ୍ୟ ଦେଖି ହତବାକ ହୋଇଥିଲେ l ଏହାପରେ ତୁରନ୍ତ ବାହାରକୁ ଯାଇଥିବା ତାଙ୍କ ପୁଅ ଲଳିତ ମଲ୍ଲିକଙ୍କୁ ଖବର କରିଥିଲେ l ଲଲିତ ଖଜୁରୀପଡା ଅଗ୍ନିସେବା କାର୍ଯ୍ୟାଳୟକୁ ଫୋନ ଯୋଗେ ଖବର କରିଥିଲେ l ଖବର ପାଇ ଅଗ୍ନିଶ୍ରମ ଦଳ ତୁରନ୍ତ ଜାମଝୁରି ଗ୍ରାମରେ ପହଂଚି ଗଛ କାଟି ସଫା କରି ପରିବାରକୁ ସାହାଯ୍ୟ କରିଥିଲେ l ଏହି ସାହାଯ୍ୟ ପାଇଁ ସବିତା ମଲ୍ଲିକ ଙ୍କ ପରିବାର ଲୋକେ ଅଗ୍ନିସେବା ଟିମଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ l ବର୍ଷା ଦିନ ହୋଇଥିବାରୁ ଖଜୁରୀପଡା ରାଜସ୍ବ ବିଭାଗ ଖବର ପାଇ ସଙ୍ଗେ ସଙ୍ଗେ ଦୁତିମେଣ୍ଡି ରାଜସ୍ବ ନିରୀକ୍ଷକ ମାନସ ରଞ୍ଜନ ସାହୁ ଘଟଣା ସ୍ଥଳରେ ପହଂଚି କ୍ଷୟ କ୍ଷତିର ଆକଳନ କରିଛନ୍ତି l

nis-ad
Leave A Reply

Your email address will not be published.