ବିପଦ ସଂକୁଳ ପରିସ୍ଥିତି ରେ ବିଦ୍ୟୁତ ଖୁଣ୍ଟ:ବାରମ୍ବାର ଅଭିଯୋଗ ସତ୍ତ୍ଵେ ନିଆଯାଉନି ପଦକ୍ଷେପ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୁଖ୍ଯ ରାଜ ରାସ୍ତା ଉପରେ ସ୍ଥାନୀୟ ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ମାର୍କେଟ ର ସୋନୁ ଟି ଷ୍ଟଲ ଆଗରେ ଆଜକୁ ବହୁ ବର୍ଷ ହେଲା ଓହଳି ରହିଛି ବିପଦ ସଂକୁଳ ପରିସ୍ଥିତିରେ ଏଗାର କେଭି ତାର ବିଶିଷ୍ଟ ଲୁହା ବିଦ୍ୟୁତ ଖୁଣ୍ଟ l ବାରମ୍ବାର ବିଦ୍ୟୁତ ବିଭାଗ କୁ ଅଭିଯୋଗ ସତ୍ତ୍ଵେ ନିଆଯାଉନି ପଦକ୍ଷେପ l ପ୍ରତିଦିନ ରାତି ପାହିଲେ ସହ ସହ ନେତା ରାଜନେତା, ଠିକାଦାର ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୋଲିସ ଅଫିସର୍ ପର୍ଯ୍ୟନ୍ତ ସେଠାକୁ ଚା ପିଇବାକୁ ଆସନ୍ତି l ହେଲେ କାହାର ନଜର ପଡୁନି ସେଥିପ୍ରତି l ବୋଧେ ବିଦ୍ୟୁତ ବିଭାଗର କର୍ତ୍ତବ୍ୟ ର ଅବହେଳା ଯୋଗୁଁ ଆଗକୁ ଉକ୍ତ ଜାଗାକୁ ନିଶ୍ଚୟ ବିପଦ ସଂକେତ ମାଡି ଆସୁଚି ଏଥିରେ ସନ୍ଦେହ ନାହିଁ l ଏଣୁ ଯଥା ଶୀଘ୍ର ବିଦ୍ୟୁତ୍ ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.