ରୋଡ ରୋମିଓଙ୍କ କବ୍ଜା ରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ : ଯାତ୍ରୀ ଙ୍କ ମନରେ ଶଙ୍କା…

ନାବାଳିକା ଛାତ୍ରୀମାନଙ୍କୁ କରୁଛନ୍ତି ଟାର୍ଗେଟ…


ହିଞ୍ଜିଳିକାଟୁ ୬!୮ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସ ଟର୍ମିନାଲ ପରିସରରେ ରୋଡ ରୋମିଓଙ୍କ ଉତ୍ପାତ ।କଲେଜ ଛାତ୍ରଙ୍କୁ କମେଣ୍ଟ ମାରିବା ସହ ବାଇକ ଚଳାଇ ବିକଟାଳ ଶବ୍ଦ କରି ବସଷ୍ଟାଣ୍ଡ ପରିସରରେ ଘୁରି ବୁଲିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମଙ୍ଗଳବାର ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ୬ ଜଣ ଯୁବକ ଦୁଇଟି ବାଇକରେ ବସଷ୍ଟାଣ୍ଡ ପରିସରରେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ଲଗାତାର ଛାତ୍ରୀ ଙ୍କୁ କମେଣ୍ଟ କରି ଘୁରି ବୁଲିବା ବେଳେ ଆସିକା ପଟୁ ଏକ ବସ ଟର୍ମିନାଲ ପରିସରରେ ପ୍ରଵେଶ କରିଥିଲା ‌। ଉକ୍ତ ବାଇକ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଘଟଣାସ୍ଥଳରେ ସମସ୍ତ ଜନସାଧାରଣଙ୍କ ସମେତ ଛାତ୍ର ଛାତ୍ରୀ ମାନେ ହସିଥିଲେ।ଏହାକୁ ଦେଖି ଜୈନିକ ରୋମିଓ ଅଟୋ ଚାଳକକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାରପିଟ କରିଥିଲେ ଏହାକୁ ବିରୋଧ କରି ଦେଖଣାହାରୀ ରୋମିଓ ଙ୍କୁ ବହେ ଛେଚିଲେ ଓ ପୋଲିସ ରେ ଜିମା ଦେଲେ।ଜଣେ ରୋମିଓ ଛେଚା ଖାଈବା ଦେଖି ଅନ୍ୟମାନେ ଚମ୍ପଟ ମାରିଥିଲେ‌। ଘଣ୍ଟାଏ ପରେ ୧୦ ରୁ ୧୫ ଜଣ ପୁଣି ବସଷ୍ଟାଣ୍ଡ ପରିସରରେ ଆତଙ୍କିରାଜ ଖେଳାଇ ଥିଲେ ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ହିଞ୍ଜିଳିକାଟୁ ସହରରେ । ଯାହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ସୁଚନା ଅନୁସାରେ ହିଞ୍ଜିଳିକାଟୁ ରେ ଦିନକୁ ଦିନ ବଢ଼ିଚାଲିଛି ଅସାମାଜିକ ଯୁବକ ତଥା ରୋଡ ରୋମିଓ ଏବଂ ବାଇକ ଚାଳକଙ୍କ ପ୍ରାଦୁର୍ଭାବ। ଉକ୍ତ ଯୁବକ ମାନେ ବିଶେଷ କରି ଘରୋଇ ଟ୍ୟୁସନ ପାଇଁ ଆସୁଥିବା ନାବାଳିକା ଛାତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି। ଏମାନେ ସହରର ବସଷ୍ଟାଣ୍ଡ

ପରିସର,ପାଟଣା ସାହି, ତଳ ରେଗିଡି ସାହି, କଲେଜ ଛକ, ଆଦି ଅଞ୍ଚଳରେ ଆତଙ୍କରାଜ ମଚାଉଛନ୍ତି।ଉକ୍ତ ଅଞ୍ଚଳରେ ଏକାଧିକ ଘରୋଇ ଟ୍ୟୁସନ ଥିବା ଯୋଗୁଁ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳି ପାଲଟିଛି ଉକ୍ତ ଅଞ୍ଚଳ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ୟୁସନ ଛୁଟି ହେବା ସମୟରେ ପଇଁତରା ମାରନ୍ତି ଏହି ଯୁବକମାନେ। ଏପରିକି ଏମାନେ ବାଇକ ଷ୍ଟଣ୍ଟ ମଧ୍ୟ ଦେଖାଇବାକୁ ପଛାନ୍ତି ନାହିଁ। ବିକଟାଳ ଶବ୍ଦରେ ଦୃତ ଗତିରେ ବାଇକ ଚାଳନା କରୁଛନ୍ତି। ଫଳରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି।ନାବାଳିକା ଛାତ୍ରୀ ମାନଙ୍କୁ ପିଛା କରିବା ସହ ସେମାନଙ୍କ ସମ୍ମୁଖରେ କ୍ଷିପ୍ର ଗତିରେ ବାଇକ ଚାଳନା କରୁଛନ୍ତି। ତେବେ ଲୋକ ଲଜ୍ୟା ଭୟରେ ଛାତ୍ରୀ ମାନେ ଉକ୍ତ ଘଟଣା ପରିବାରବର୍ଗଙ୍କୁ କହୁନଥିବା ବେଳେ ପୋଲିସ ନିକଟରେ ଅଭିଯୋଗ କରୁନାହାନ୍ତି। ତେବେ ଏହା ନିତିଦିନର ଘଟଣା ପାଲଟିଗଲାଣି ହିଞ୍ଜିଳିକାଟୁ ସହରାଞ୍ଚଳ। ।ତେଵେ ଆଶ୍ଚର୍ଯ୍ୟର କଥା ଉକ୍ତ ବାଇକ ଚାଳକ ଙ୍କ ମଧ୍ୟରେ ୯୦ ପ୍ରତିଶତ ନାବାଳକ, ଲାଇସେନ୍ସ ବିହୀନ, ଅପାଠୁଆ ଓ ଅସାମାଜିକ ବ୍ୟକ୍ତି। ଆଜିର ସମୟରେ ଯଦି ଜଣେ ଯୁବତୀ ଅବା ଛାତ୍ରୀ ନିର୍ଭୟରେ ଟ୍ୟୁସନ ରୁ ନିଜ ଘରକୁ ଯାଇପାରିବନି ତେବେ ଆମ ବ୍ୟବସ୍ଥାକୁ ସୁଧାରିବା ଅପରିହାର୍ଯ୍ୟ ହୋଇପଡିଛି।ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାଵି ହୋଇଛି।

nis-ad
Leave A Reply

Your email address will not be published.