ପରକ୍ରିୟା ପ୍ରୀତି, ଶେଷରେ ଯୁବତୀ ଜଣକ କଲେ ଆତ୍ମହତ୍ୟା…

ଖଜୁରୀପଡା // ଫୁଲବାଣୀ : ଜଣେ ୨୫ ବର୍ଷର ଯୁବତୀ ବିବାହ କରି ଦୁଇ ଦୁଇଟି ପୁତ୍ର ସନ୍ତାନର ମାଆ ହେବା ପରେ ପର ପୁରୁଷ ସହ ସମ୍ପର୍କ ରଖି ଦ୍ୱିତୀୟ ବିବାହ କରି କେଉଁ ପ୍ରକାର ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ ଆଉ ଶେଷରେ ନିଜକୁ ଆତ୍ମହୁତି ଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଆର ନୂଆଗାଁ ପଂଚାୟତ ମୁସୁକୁଲି ଗ୍ରାମ ନିକଟ ଜଙ୍ଗଲରେ l ସୂଚନା ମୁତାବକ ଯୁବତୀ ଜଣକ ହେଉଛନ୍ତି ଚକାପାଦ ବ୍ଲକ ଲାଇନପଡା ପଂଚାୟତ ଖୁଡ଼ତେନ୍ତୁଳି ଗ୍ରାମର ଦେବରାଜ ଦିଗାଲଙ୍କ ଝିଅ ଦେବସ୍ମିତା ଦିଗାଲ l ସେ କିଛି ବର୍ଷ ପୂର୍ବେ ପ୍ରଥମେ ଫୁଲବାଣୀ ବ୍ଲକ ବିଶିପଡା ପଂଚାୟତରେ ରଂଜିତ ସାହାଣୀ ନାମକ ଯୁବକକୁ ବିବାହ କରିଥିଲେ l ସେଠାରେ ସେ ଦୁଇଟି ଦୁଇଟି ପୁତ୍ର ସନ୍ତାନର ମାଆ ବି ହୋଇଥିଲେ l କୌଣସି କାରଣରୁ ସ୍ୱାମୀ ରଂଜିତ ସାହାଣୀ ଓ ତାଙ୍କ ଦୁଇ ସନ୍ତାନକୁ ଛାଡି ଯୁବତୀ ଜଣକ ନିଜ ବାପା ଘରକୁ ଚାଲି ଆସିଥିଲେ l ବାପା ଘରେ ଦୁଇବର୍ଷ ରହିଵା ପରେ ମୃତ ଯୁବତୀ ଜଣକ ଏକ ବର୍ଷ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ନିକଟ କଣ୍ଟି ପଦର ଗ୍ରାମରେ ଦ୍ୱିତୀୟ ବିବାହ କରିଥିଲେ l ଦୁଇ ଦିନ ତଳେ ଦ୍ୱିତୀୟ ସ୍ୱାମୀଙ୍କ ଘରୁ କୌଣସି କାରଣରୁ ବାହାରି ଆସି ଖଜୁରୀପଡା ନିକଟ ମୁସକୁଳି ଗ୍ରାମ ନିକଟ ଜଙ୍ଗଲରେ ଏକ ମହୁଲ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା l ସୋମବାର ସକାଳେ ମୁସୁକୁଲି ଗ୍ରାମର କିଛି ଲୋକ ଯୁବତୀର ଝୁଲନ୍ତା ସବ ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ସେଠାରୁ ଯୁବତୀଙ୍କ ନିକଟରୁ ଦୁଇଟି ଛୋଟ ବଡ଼ ମୋବାଇଲ, ବ୍ୟବହାରିକ ଜିନିଷଥିବା ଦୁଇଟି ବ୍ୟାଗ ଠାବ କରିଥିଲେ l ଯୁବତୀ ଜଣକର ପରିଚୟ ପାଇବା ପାଇଁ ମୋବାଇଲ ଯାଞ୍ଚରେ ବ୍ୟସ୍ତ ଥିବା ସମୟରେ ତାଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା ସେଠାରୁ ଜଣା ପଡିଲା ଯୁବତୀ ଜଣକ ଲାଇନପଡା ନିକଟ ଖୁଡ଼ିତେନ୍ତୁଳି ଗ୍ରାମର l ଏହି ଘଟଣା ନେଇ ତାଙ୍କ ଘରକୁ ଖବର କରାଗଲା l ଘର ଲୋକେ ଆସି ଯୁବତୀଙ୍କୁ ନିଜର ବୋଲି ଚି଼ହ୍ନଟ କରିବା ପରେ ସେମାନେ ଦାବି କରିଥିଲେ କି ତାଙ୍କ ଝିଅକୁ କେହି ହତ୍ୟାକାରୀ ଏଠାରେ ଆତ୍ମହତ୍ୟାର ରୂପରେଖ ଦେଇଛି ଯାହାକି ପରିବାର ଲୋକେ ଲିଖିତ ଅଭିଯୋଗ ସ୍ଥାନୀୟ ପୋଲିସଙ୍କୁ ଦେଲେ l ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ଥାନୀୟ ପୋଲି ବୌଦ୍ଧ ସାଇଣ୍ଟିଫିକ ଟିମକୁ ଡକାଇ ସ୍ଥାନୀୟ ମାଜିଷ୍ଟେଟ ତଥା ତହସିଲଦାରଙ୍କ ଉପସ୍ଥିତିରେ ତଦନ୍ତ କରି ଶବ ଟିକୁ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ଘଟଣାକୁ ଦୃଷ୍ଟିରେ ରଖି ବିଭିନ୍ନ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି କି ପରକୀୟା ପ୍ରୀତି ତଥା ସମ୍ପର୍କକୁ ନେଇ ଏପରି ଘଟଣା ଘଟିଛି l ସ୍ଥାନୀୟ ପୋଲିସ ଏହାର ତଦନ୍ତ ଜାରିରଖିବା ସହ ଆତ୍ମହତ୍ୟାର ସତ୍ୟାସତ୍ୟ ନିଶ୍ଚିତ ଲୋକଲୋଚନକୁ ଆଣିବେ ଆଉ ଦୋଷୀକୁ ଉଚିତ ଦଣ୍ଡ ଦେବାରେ ସଫଳ ହେବେ ବୋଲି ଉପସ୍ଥିତ ପରିବାର ଓ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ l

nis-ad
Leave A Reply

Your email address will not be published.