କୃଷି ଭିତ୍ତିକ ଉଁଆଷ ପର୍ବ ପାଳିତ…

ଉମରକୋଟ /ଝରୀଗାଁ (୦୬/୦୮/୨୦୨୪) ଜଣ ବସତୀ ସ୍ଥାପନ ହେବା ପରେ ପ୍ରାଚୀନ କାଳରୁ ଜଙ୍ଗଲର ଆଦିମ ପ୍ରକ୍ରୁତ ଆଦିବାସୀମାନେ ମାଟିକୁ ନିଜର ମାର ଦର୍ଜାଦେଇ ଭକ୍ତି ସହକାରେ ପୁଜା କରି ଆସୁଛନ୍ତି। ପାଣି, ପବନ, ମାଟି ଓ ଜଙ୍ଗଲ ସେମାନଙ୍କର ଆରାଧ୍ୟ ଦେବ ଦେବି। ଜଙ୍ଗଳରେ ରହୁଥିବା ଆଦିମ ଆଦିବାସୀମାନେ ସମ୍ପୂର୍ଣ୍ଣ ଏହି ଜଙ୍ଗଳ ଜମିରେ କୃଷି କାମ କରି ଜୀବିକା ନିର୍ବାହ ଓ ଜୀବନ ଯାପନ କରୁଥିବା ବେଲେ ବାର (୧୨) ମାସର ବିଭିନ୍ନ ସମୟରେ କୃଷି ଭିତ୍ତିକ ପର୍ବ ପର୍ବାଣୀ ସହ ଅନ୍ୟ ସବୁ ପର୍ବ ପର୍ବାଣି ମଧ୍ୟ ପାଳନ କରିଥାଏ।ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଝରୀଗାଁ ବ୍ଲକ ମଧ୍ୟ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଏଠାକାର ଆଦିବାସୀମାନେ ମଧ୍ୟ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କୃଷି ଭିତ୍ତିକ ପର୍ବ ପର୍ବାଣୀ ସହ ଅନ୍ୟ ସବୁ ପର୍ବ ପର୍ବାଣି ମହାଆଡମ୍ବର ସହିତ ପାଳନ କରୁଥିବା ସବୁବେଳେ ଦେଖିବାକୁ ମିଲେ। ଝରୀଗାଁ ବ୍ଲକରେ ପାଳିତ ହେଉଥିବା କୃଷି ଭିତ୍ତିକ ପର୍ବପର୍ବାଣୀ ମାନଙ୍କ ମଧ୍ୟରେ ବଲାନିଯାତ୍ରା, ଉଁଆଷ ପର୍ବ, ନୁଆଁଖାଇ ପର୍ବ, ଦିଆଳୀ ପର୍ବ ଆଦି ପ୍ରମୁଖ ପର୍ବ। ଶ୍ରାବଣ ମାସରେ ପଡୁଥିବା ଅମାବାସ୍ୟା ତିଥିରେ ସମସ୍ତ ଚାଷୀମାନେ ଉଁଆଷପର୍ବ ପାଳନ କରିଥାଏ, ଏହି ଦିନର ପୂର୍ବଦିନ ଗ୍ରାମର ଦେବାଦେବୀ ମାନଙ୍କ ଉଦେଶ୍ୟରେ ଏକ ଯାତ୍ରା କରାଯାଏ ଯାହାକୁ ଆଞ୍ଚଳିକ ଭାଷାରେ ବଲାନିଯାତ୍ରା ବୋଲି କୁହାଯାଏ।ଏହି ଯାତ୍ରା ଗାଁ ମୁଣ୍ଡରେ କରାଯାଉଥିବା ବେଲେ ଗ୍ରାମର ରୋଗବ୍ୟାଧି ସବୁ ଦୁରେଇ ଯାଏ ବୋଲି ଆଞ୍ଚଲିକ ଗ୍ରାମର ଗ୍ରାମବାସୀଙ୍କ ବିଶ୍ୱାସ ରହିଛି।ବଲାନିଯାତ୍ରାର ପରଦିନ ଅର୍ଥାତ ଅମାବାସ୍ୟା ଦିନ ଉଁଆଷ ପରବ ପାଳିତ ହୋଇଥାଏ ଏହି ଦିନ ଅଂଚଳର ସମସ୍ତ ଚାଷୀ ଭୋର ସକାଳୁ ଉଠି ନିତ୍ୟକର୍ମ ସାରି କଞ୍ଚା କ୍ଷୀର , ଦେଓ ବାଡ଼ନି, ରସନା, ଦିଉନା, ବାତ୍ରୀ ଭଳି ବିଭିନ୍ନ ବୁଦା ସହିତ ଧୂପଦୀପ ଆଦି ନୈବେଦ୍ୟ ଧରି ନିଜ ନିଜ ବିଲ ମାନଙ୍କରେ ଯାଇ ପୂଜାର୍ଚନା କରନ୍ତି ଓ ବିଲରେ ପୂଜାସାରି ଘରେ ଆସି ନିଜ ନିଜ ଘରର ଆରୋଧ୍ୟ୍ୟ ଦେବା ଦେବୀ ମାନଙ୍କୁ ପୂଜାର୍ଚନା କରି ଗ୍ରାମର ଗଉଡ଼ ଓ ଚଲାନମାନେ ମଧ୍ୟ ଏହି ଦିନ ଜଙ୍ଗଲକୁ ଯାଇ ବିଭିନ୍ନ ପ୍ରକାର ଔଷଧୀୟ ବୁଦାସବୁ ଉପାଡି ଆଣି ଗ୍ରାମର ପ୍ରତ୍ୟେକ ଘରେ ଵୁଲି ଦୁଆର ମୁହଁରେ ଖୁଞ୍ଚି ଦିଅନ୍ତି ଓ ଚାଉଳ ଟଙ୍କା ଆଦି ଆଦାୟ କରିଥାଏ।ଏହା କରିବା ଦ୍ୱାରା ସେମାନଙ୍କର ବିଶ୍ୱାସ ଘରର ମଶାମାଛି, ରୋଗପୋକ ଦୁରେଇ ଯିବା ସହିତ ଅନେକ ପ୍ରକାର କୁ ଦୃଷ୍ଟିରୁ ସୁରକ୍ଷା ମିଲେ ବୋଲି କରାଯାଏ। ଏହି ଦିନଟିକୁ ଗ୍ରାମ ଠାରୁ ସହର ସବୁଆଡେ ଉଁଆଷ ପର୍ବର ସମ୍ଭାର ଦେଖିବାକୁ ମିଲେ ଓ ସମସ୍ତଙ୍କ ଘରେ ଘରେ ପିଠାପଣା, ଖିରିପୁରୀ ସାଙ୍ଗକୁ ମାଛମାଂସର ଆସର ଜମେ। ପ୍ରତି ଗ୍ରାମରେ ଏହି ପର୍ବକୁ ବେସ ଉତ୍ସାହର ସହ ପାଳନ କରାଯାଏ ଏବଂ ସେମାନଙ୍କର ବିଶ୍ୱାସ ଏହି ଦିନ ବିଲରେ ପୂଜାର୍ଚନା କରି ଦେଓ ବାଡ଼ନି, ରସନା, ଦିଉନା, ବାତ୍ରୀ, କେନ୍ଦୁ ଆଦି ବୁଦାସବୁ ପୋତିଲେ ଜମିରେ ଭଲ ଅମଳ ହେବା ସହିତ ଚାଷରେ ରୋଗପୋକ କିଛି ଲାଗେ ନାହିଁ।ଆଦିବାସୀ ଅଂଚଳରେ ପାଳିତ ହେଉଥିବା ସମସ୍ତ ଆଞ୍ଚଳିକ ପର୍ବ ପର୍ବାଣୀ ଆଦିବାସୀ ମାନଙ୍କ ମଧ୍ୟରେ ଜଣେ ଆଉ ଜଣଙ୍କୁ ଘରେ ଯାଇ ବିରଳ ଏକ ଭାଇଚାରା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

nis-ad
Leave A Reply

Your email address will not be published.