ରାଜ୍ୟରେ ଭିଜିଲାନ୍ସ ଜାଲରେ ପଡୁଛନ୍ତି କୁବେର ବାବୁ କିନ୍ତୁ ଗଞ୍ଜାମ ଜିଲ୍ଲା ରେ ଏହା ବ୍ୟତିକ୍ରମ…!

ଭିଜିଲାନ୍ସ ବିଭାଗ ର ଗେଲ୍ହା ପୁଅ କୁବେର ବାବୁ…!!


ବ୍ରହ୍ମପୁର: ୬-୮ ନୂତନ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରିରହିଛି। ବର୍ତ୍ତମାନ ସୁଦ୍ଧା ଦଶ ରୁ ଉର୍ଦ୍ଧ କୁବେର ବାବୁ ମାନଙ୍କ ଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେଲାଣି। ଗଞ୍ଜାମ ଜିଲ୍ଲାର ଭିଜିଲାନ୍ସ ବିଭାଗ ଦୀର୍ଘ ଦିନ ହେଲା କୋମାରେ ଥିବା ନେଇ ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ହେଲା ବାବୁ ମାନେ କୋଳି ପୋତି ମଞ୍ଜି ଖାଇଲା ଭଳି ଆସ୍ଥାନ ଜମେଇ ରହିଥିଲେ। ନିର୍ବାଚନ ପୂର୍ବରୁ କିଛି ବାବୁ ମାନଙ୍କ ବଦଳୀ ବି ହୋଇଥିଲା। ଆଉ କେତେ ବାବୁ ମାନଙ୍କ ଏବେବି ଦବଦବା ରହିଛି। ଗତ ସରକାର ସମୟରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଦୁର୍ନୀତି ହୋଇଥିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଗଞ୍ଜାମ କୁ ଯେଉଁ ବାବୁ ମାନେ ଆସୁଥିଲେ ଏଠାରୁ ଯିବାର ନାଁ ଧରୁନଥିବାର ନଜିର ବି ରହିଛି। ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ପାଦ ପାଦରେ ଦୁର୍ନୀତି ହୋଇଥିଲେ ବି ଏଠାକାର କୁବେର ବାବୁ ମାନଙ୍କ ନିକଟରେ ଭିଜେଲାନ୍ସ ର ଛାଇବି ପଡ଼ିନଥିବା ନଜିର ରହିଥିବା ଏବଂ ଏହି ଅସାଧୁ କୁବେର ବାବୁ ମାନେ କୁଆଡେ ଭିଜିଲାନ୍ସ ବିଭାଗ ର ଗେଲ୍ହା ପୁଅ ବୋଲି ଚର୍ଚ୍ଚା ବି ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ଯେତିକି ମାତ୍ରା ରେ ବଢିଛି ଏଠାରେ ଭିଜିଲାନ୍ସ ବିଭାଗ ନଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଅଭିଯୋଗ ଯିଏ କଲା ସେ ମଲା ଭିଜିଲାନ୍ସ ବିଭାଗ ସଙ୍ଗେ ସଙ୍ଗେ ଅଭିଯୋଗକାରୀ ଙ୍କ ବିଷୟରେ ଜଣାଇ ମୋଟା ଅଙ୍କର ଡିଲ କରେ ଏବଂ ଶେଷରେ ଅଭିଯୋଗ କାରୀ ଙ୍କୁ ମିଳେ ଧମକ ଓ ନାଲି ଆଖି l କେବଳ ସରକାରୀ ବାବୁ ନୁହନ୍ତି ବ୍ୟବସାୟୀ ଯଥା ଜମି, ବାଲି ମାଫିଆ ମାନେ ମଧ୍ୟ ସରକାରୀ ଜି ଏସ ଟି ଫାଙ୍କୁ ଥିବା ବି ଦେଖିବାକୁ ମିଳୁଛି l ଜିଲ୍ଲାର ଦୁର୍ନୀତି ନିବାରଣ ବିଭାଗ ରେ ହିଁ ଦୁର୍ନୀତି ପ୍ରବଳ କହିଲେ କିଛି ଭୁଲ ହେବ ନାହିଁ l ଏହି ଅଫିସ ରେ କାର୍ଯ୍ୟ କରୁଥିବା ବାବୁ ମାନେ ମଧ୍ୟ ଜଣେ ଜଣେ କୁବେର l ଯଦି ରାଜ୍ୟ ଦୁର୍ନୀତି ବିଭାଗ ଗଞ୍ଜାମ ଜିଲ୍ଲା ଦୁର୍ନୀତି ବିଭାଗ ଅଫିସର ମାନଙ୍କ ଉପରେ ଚଢାଉ କରେ ତେବେ ଅନେକ ଗୁମର ଖୋଲିବା ସହିତ ନାଲି ଫିତା ତଳେ ଦବି ରହିଥିବା ଅନେକ ଅଭିଯୋଗ ଫାଇଲ ପୁନଃ ଜୀଵନ ପାଇଁ ଥାନ୍ତ ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ଆଲୋଚନା ହେଉଛି l ଦେଖା ଯାଉ ଗଞ୍ଜାମ ଜିଲ୍ଲା ଉପରେ ସରକାର ଙ୍କ ଦୃଷ୍ଟି କେବେ ପଡୁଛି ଏବଂ ରାଜ୍ୟ ଦୁର୍ନୀତି ବିଭାଗ ଏହି ଜିଲ୍ଲା ପ୍ରତି କେତେ ସଜାଗ ହେଉଛି ତାହା ଦେଖିଗୁବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.