କେଡିଏମଏଫର ଦ୍ଵିବାର୍ଷିକ ନିର୍ବାଚନ: ସୂର୍ଯ୍ୟ ସଭାପତି, ଶିବ ସମ୍ପାଦକ…

ଫୁଲବାଣୀ :ପଞ୍ଜୀକୃତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୂର୍ବ ବୈଠକର ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷର ନୂତନ କମିଟି ଗଠନ ପାଇଁ ମିଡିଆ ଫୋରମ ସଂଘ ନିର୍ବାଚନ ଅଧିକାରୀ ଭାବେ ଗୋପାଳ କୃଷ୍ଣ ପଟ୍ଟନାୟକ ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସାମ୍ବାଦିକ ଅଜିତ ମହାରଣାଙ୍କୁ ଦାୟିତ୍ଵ ତୁଲାଇବାକୁ ଅନୁରୋଧ କରାଯାଇଥିଲା lସର୍ବ ସମ୍ମତି କ୍ରମେ ସଭାପତି ଭାବେ ସାମ୍ବାଦିକ ଡଃ ସୂର୍ଯ୍ୟ ନାରାୟଣ ବେହେରା ଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ଶିବ ବିଶ୍ଵାଳଙ୍କୁ ମନୋନୀତ କରାଯାଇଥିଲା l ସେହିପରି ଉପସଭାପତି ଭାବେ ରମେଶ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ଭାବେ ଶିବ ପ୍ରସାଦ ନାୟକ,କୋଷାଧକ୍ଷ ଭାବେ ପ୍ରଶାନ୍ତ କୁମାର ପଣ୍ଡା ଏବଂ ଆଇନ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ
ଚୟନ କରାଯାଇଥିଲା l
ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ବିଶ୍ଵାଳ,ଗୋପାଳ କୃଷ୍ଣ ପଟ୍ଟନାୟକ,ଶିବାନନ୍ଦ ପଟ୍ଟନାୟକ, ତ୍ରିନାଥ ସାହୁ, ପୂର୍ବତନ ସଭାପତି ସନ୍ତୋଷ କୁମାର ଦିଗାଲ, ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଉପ ସଭାପତି ବୈଦ୍ଯ ନାଥ ନାୟକ, କୋଷାଧକ୍ଷ ପ୍ରଶାନ୍ତ ଜେନା,ସହ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶିବ ରାମ ନାୟକ, ବିମଳ ନାୟକ, ବ୍ରଜ ମୋହନ ନାୟକ ପ୍ରମୂଖ ଉପସ୍ଥିତ ଥିଲେ l ପୁର୍ବତନ ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ନୂତନ ସାଧାରଣ ସମ୍ପାଦକ ଶିବ ବିଶ୍ଵାଳଙ୍କୁ ସମସ୍ତ ଦାୟିତ୍ୱ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସମ୍ମୁଖରେ ପ୍ରଦାନ କରି ସୂଚାରୁ ରୂପେ ଦାୟିତ୍ଵ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ l ପରେ ନବ ନିର୍ବାଚିତ ସଭାପତି ଓ କର୍ମକର୍ତ୍ତା ମାନେ ସଂଘର ନୀତି ନିୟମ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ l ଶେଷରେ ପ୍ରଶାନ୍ତ କୁମାର ପଣ୍ଡା ଧନ୍ଯବାଦ ଅର୍ପଣ କରି ସଭାଭଙ୍ଗ କରିଥିଲେ l

nis-ad
Leave A Reply

Your email address will not be published.