ଆସିକା ଟାଟା ପାୱାର ର ମର୍ଜି ରେ ବିଦ୍ୟୁତ ଯୋଗାଣ….!

ବିଭିନ୍ନ ଆଳ ଦେଖାଇ ଅଘୋଷିତ ବିଦ୍ୟୁତ କାଟ….


ବ୍ରହ୍ମପୁର: ଗତ କିଛି ଦିନ ହେଲା ଆସିକା ରେ ଟାଟା ପାୱାର ବିଭିନ୍ନ ଆଳରେ ଘଣ୍ଟା ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ କାରୁଥିବା ନେଇ ଅଭିଯୋଗ ହେଉଛି। ବିଜେଡ଼ି ସରକାର ଟାଟା ପାୱାର ହାତକୁ ବିଦ୍ୟୁତ ଟେକି ଦେବା ପରେ ଗ୍ରାହକ ମାତ୍ରାଧିକ ବିଲ ସାଙ୍ଗକୁ ବିଦ୍ୟୁତ କାଟ ର ସମ୍ମୁଖୀନ ହେଉଥିବା ଚର୍ଚ୍ଚାର ପରିସର କୁ ଆସିଛି। ପୂର୍ବରୁ ସୂଚନା ନଦେଇ ବିଦ୍ୟୁତ କାଟ ହେଲେ ବାବୁ ମାନଙ୍କୁ ଫୋନ କରିଲେ ଉତ୍ତର ମିଳେ ନାହିଁ। ବଡ଼ କଷ୍ଟରେ ବାରମ୍ବାର ଫୋନ କରିଲେ ନିଜ ଇଚ୍ଛା ରେ ଫୋନ ରିସିଭ କରି ତାର ଛିଣ୍ଡିଗଲା, ଗଛ ପଡ଼ିଗଲା, ଗ୍ରୀଡ଼ରୁ କଟି ଯାଇଛି ବୋଲି ବିଭିନ୍ନ ଆଳ ଦେଖାଉ ଥିବା ନେଇ ଅଭିଯୋଗ ହେଉଛି। ଆସିକା ବ୍ଲକ କାର୍ଯ୍ୟାଳୟ ଠାରେ ବିଧାୟକ ସରୋଜ ପାଢ଼ୀ ଟାଟା ପାୱାର ର ଅଧିକାରୀ ମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ବାରେ ଅବହେଳା ନ କରିବାକୁ ତାଗିତ କରି ଥିଲେ ବି ଅଘୋଷିତ ବିତ୍ୟୁତ କାଟ ବନ୍ଦ ହେଉନାହିଁ।ଦିନକୁ ଦିନ ଗ୍ରାହକ ଙ୍କ ଅସନ୍ତୋଷ ବଢ଼ିବା ରେ ଲାଗିଛି।

nis-ad
Leave A Reply

Your email address will not be published.