ମୁହାଁ ମୁହିଁ ବାଇକ୍ ଧକ୍କାରେ ଜଣେ ମୃତ ୩ ଗୁରୁତର

ନବରଙ୍ଗପୁର : ଉମରକୋଟ ନିକଟସ୍ଥ ଧଡ୍ରା ଗ୍ରାମ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି | ୩ ଜଣ ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ଲୋକ ଙ୍କ ସହାୟତାରେ ସମସ୍ତ ଗୁରୁତର ଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଗୁରୁତର ମାନେ କଥା କହିବାର ଅବସ୍ଥାରେ ନଥିବାରୁ ସେମାନଙ୍କ ସଠିକ ଠିକଣା ଜଣା ପଡି ନାହିଁ କିନ୍ତୁ ପୋଲିସ ର ପ୍ରାଥମିକ ତଦନ୍ତରୁ ମୃତକ ଏବଂ ଦୁଇ ଗୁରୁତର ଙ୍କ ଘର ଖୁଟୁଗୁଡା ବୋଲି ଜଣା ପଡିଛି ଏବଂ ଅନ୍ୟ ଗୋଟିଏ ବାଇକ ର ଗୁରୁତର ବ୍ୟକ୍ତି ଙ୍କ ଘର କୋଡ଼ିଙ୍ଗା ଗ୍ରାମ ବୋଲି ଅନୁମାନ କରାଯାଏ, ବର୍ତ୍ତମାନ ଆହତ ମାନଙ୍କ ଚିକିତ୍ସା ଜାରି ରହିବା ସହ ପୋଲିସ ତଦନ୍ତ ମଧ୍ୟ ଜାରି ରଖିଛନ୍ତି।

nis-ad
Leave A Reply

Your email address will not be published.