ହିଞ୍ଜିଳିକାଟୁ, ୩୦ା୭ : ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୪୮/୨୪ରେ ଏକ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୦୨୦ ମସିହାରେ ହିଞ୍ଜିଳି ଥାନା ସାରୁ ଗ୍ରାମର ସୁକାନ୍ତିି ସେଠି(୨୩)ଙ୍କ ସହ ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମର ଶଙ୍କର ସେଠି(୨୯)ଙ୍କ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁ୍ତାବକ ୧ଲକ୍ଷ ଟଙ୍କା ସମେତ ୨୩ ଭରି ଓଜନର ସୁନା ଅଳଙ୍କାର, ୧୫ ଭରି ଓଜନର ରୁପା ଅଳଙ୍କାର ସମେତ ଅନ୍ୟାନ ଆସବାବ ପତ୍ର ଝିଅଘର ପକ୍ଷରୁ ପ୍ରଦାନ କରାଯାଇଥିଲା । ବାହାଘରର କିଛି ମାସ ପରେ ଅଧିକ ୧ଲକ୍ଷ ଟଙ୍କା ଯୌତୁକ ଦାବି କରି ସ୍ୱାମୀଙ୍କ ସମେତ ଶାଶୁ, ଶଶୁର ମିଶି ସୁକାନ୍ତିଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଘଟଣା ନେଇ ସୁକାନ୍ତି ବାପାଙ୍କୁ ଜଣାଇଥିଲେ । ଝିଅର ବାପା ଅଧିକ ଯୌତୁକ ଦେବାକୁ ଅସମର୍ଥ ପ୍ରକାଶ କରିଥିଲେ । ଫଳରେ ସୁକାନ୍ତିିଙ୍କ ସ୍ୱାମୀ ସମେତ ଶାଶୁ ଓ ଶଶୁର ମିଶି ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ ଘଟଣା ନେଇ ସୋମବାର ସୁକାନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ସ୍ୱାମୀ ଶଙ୍କରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post