ନିମ୍ନ ମାନର ନଗ୍ନ ନମୁନା ଟାଙ୍ଗନି ସରକାରୀ ପ୍ରାଥମିକ ବିଦ୍ୟାଳୟ….!

ବର୍ଷା ହେଲେ ଛାତରୁ ଗଳୁଛି ପାଣି…….

ଉମରକୋଟ /ଝରିଗାଁ: ଶିକ୍ଷା ବିଭାଗ ପକ୍ଷରୁ ପିଲା ମାନଙ୍କ ପାଠ ପଢିବା ପାଇଁ ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମରେ ନୂତନ ବିଦ୍ୟାଳୟ ସ୍ଥାପନ ହୋଇ ଅଛି । ତେବେ ଭିତ୍ତି ଭୂମିର ବିକାଶ ହେଉ ନ ଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେ ମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ତଳେ ଟାଙ୍ଗନି ଗ୍ରାମରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ପାଠ ଅଧ୍ୟାୟନ କରୁଛନ୍ତି। ତେବେ ବିଦ୍ୟାଳୟର ଭିତ୍ତିଭୂମି ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାରେ ବିଭିନ୍ନ ସମସ୍ୟା ହେଉଥିବା ଅଭିଭାବକ ମାନେ ଅଭିଯୋଗ କରି ଛନ୍ତି ।ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିବା ବେଳେ ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଛି।ଦୁଇଟି ଯାକ ଶ୍ରେଣୀ ଗୃହ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଛାତରୁ ପାଣି ଗଳୁଛି, ଏ ନେଇ ଅଭିଯୋଗ ହୋଇ ଥିଲା।ଅଭିଯୋଗ ପରେ ଗତ କିଛି ମାସ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ହୋଇଥିଲା।ଏହି କାର୍ଯ୍ୟ ଅତିରୁ ଅତି ନିମ୍ନ ମାନର କାମ ଯୋଗୁଁ ମରାମତି କାର୍ଯ୍ୟ ପରେ ମଧ୍ୟ ଦୁଇଟି ଶ୍ରେଣୀ ଗୃହର ଛାତରୁ ପାଣି ଗଳୁଥିବା ଅଭିଯୋଗ ହୋଇଛି।ଗୋଟିଏ ଶ୍ରେଣୀ ଗୃହର ଛାତରୁ ଅଧିକ ପାଣି ଗଳୁଥିବା ବେଳେ ଅନ୍ୟ ଏକ ଶ୍ରେଣୀ ଗୃହର ଛାତରୁ ଅଳ୍ପ ପାଣି ଗଳୁଛି।ଯେଉଁ ଶ୍ରେଣୀ ଗୃହରେ କମ ପାଣି ଗଳୁଛି ସେହି ଗୋଟିଏ ଶ୍ରେଣୀ ଗୃହରେ ବାଧ୍ୟ ହୋଇ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଅତି କଷ୍ଟରେ ପାଠ ପଡ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି।ସେହିପରି ବିଦ୍ୟାଳୟର ରୋଷେଇ ଗୃହର ଅବସ୍ଥା ମଧ୍ୟ ସୋଚନୀୟ ଅବସ୍ଥାରେ ରହିଛି।ବର୍ଷା ହେବାଫଳରେ ପାଣି ତାହା ସବୁ ରୋଷେଇ ଘର ଭିତରେ ପାଣି ଯାକ ଛାତରୁ ଗଳି ଘର ମଧ୍ୟରେ ଆଣ୍ଟୁଏ ପାଣି ।ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରିବାରେ ସମସ୍ୟା ଦେଖାଦେଇଛି।କେତେ ଦିନ ହେଲା ସଠିକ ସମୟରେ ବିଦ୍ୟାଳୟ ରେ ରୋଷେଇ କରିବା ସମ୍ଭବ ହୋଇ ପାରୁ ନାହିଁ।ଏହି ବିଦ୍ୟାଳୟର ଚାରିପଟ ପାଚେରୀ ନଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଇଖାନା ନିର୍ମାଣ ପରେ ମଧ୍ୟ ପାଣି ସମସ୍ୟା ଯୋଗୁଁ ଵ୍ୟଵହାର ଉପଯୋଗୀ ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟ ଟି ବିଭିନ୍ନ ସମସ୍ୟା ଘେରରେ ରହି ନାନା ଅସୁବିଧାର ସମ୍ମୁଖୀନ ହୋଇ ଛାତ୍ର ଛାତ୍ରୀ ପାଠ ପଡୁଛନ୍ତି।ପ୍ରଶାସନ ତୁରନ୍ତ ସମସ୍ୟା ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଓ ଏହାର ସମାଧାନ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଟାଙ୍ଗନି ଗ୍ରାମବାସୀ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.