ସରପଞ୍ଚଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ : କଠିନ ଓ ତରଳ ବର୍ଜ୍ୟବସ୍ତୁ ମୁକ୍ତଗ୍ରାମର ସ୍ୱତନ୍ତ୍ର ଗ୍ରାମସଭା

ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସୀମାନ୍ତବର୍ତ୍ତୀ କାଉଡୋଳା ପଞ୍ଚାୟତର ସରପଞ୍ଚ ଶ୍ରୀ ରାଜକୁମାର ଗଣ୍ଡଙ୍କ ତତ୍ତ୍ବାବଧାନରେ ଗତକାଲି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମବାସୀଙ୍କ ଏକ ସ୍ୱତନ୍ତ୍ର ସଚେତନ ଗ୍ରାମସଭା ଅନୁଷ୍ଠିତ ହେଇଯାଇଛି। ଯେପରି କେହି ବାହାରେ ମଳ ମୂତ୍ର ପରିତ୍ୟାଗ ନ କରନ୍ତି ତାହା ଉପରେ ବିଶେଷ ଧ୍ୟାନ ଦେଇ ସମସ୍ତଙ୍କ ଅବଗତ କରାଇବା ସହିତ ଏହାର ଦୁଷ୍ପରିଣାମ ସମ୍ବନ୍ଧରେ ଏହି ଗ୍ରାମ ସଭାରେ ବୁଝାଇ ଶ୍ରୀ ସରପଞ୍ଚ କହିଲେ ବାହାରେ ଆମେ ମଳ ତ୍ୟାଗ କରିଲେ ତାହା ବର୍ଷା ପାଣିରେ ଧୋଇ ହୋଇ ନଦୀ ନାଳ ଓ ପୋଖରୀ ମଧ୍ୟରେ ଯିବା ପରେ ସେହି ପାଣି ଦୂଷିତ ହେଇଯାଏ । ସେହି ପାଣିରେ ଗାଧୋଇବା ସମୟରେ ମୁହଁରେ ବି ଯାଏ ଏହା ଦ୍ୱାରା ବିଭିନ୍ନ ରୋଗ ହେବାର ସମ୍ଭାବନା ଥାଏ ।

ସରକାର ସବୁ ଘରେ ଘରେ ପାଇଖାନା ଦେଇଛନ୍ତି ତାହା ସବୁବେଳେ ବ୍ୟବହାର କରିବାକୁ କାଉଡୋଳା ପଞ୍ଚାୟତ ବାସୀଙ୍କ ସଚେତନ କରି ଶ୍ରୀ ସରପଞ୍ଚ ଆହୁରି କହିଲେ ଯେଉଁମାନେ ଘରେ ପାଇଖାନା ପାଇ ନାହାନ୍ତି ସେମାନଙ୍କ ପାଇଁ ଅତି ସତ୍ତର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ପଞ୍ଚାୟତ ବାସୀଙ୍କ ଯେଉଁ ଘରେ ପାଣି ପାଇପ ଲାଇନ ସଂଯୋଗ ହେଇଛି ତାହା ଯେ ପରି କାର୍ଯ୍ୟକ୍ଷମ ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ। ବିଗତ କାଲିର ଏହି କଠିନ ଓ ତରଳ ବର୍ଜ୍ୟଵସ୍ତୁ ମୁକ୍ତ ସ୍ୱତନ୍ତ୍ର ଗ୍ରାମ ସଭାରେ ସିମଡା, ଧୂଙ୍ଗୀ୍ୟାଡିହି, ତାରଙ୍ଗପୁରୀ, ରାବନାଗୁଡା ସହିତ କାଉଡୋଳା ଗ୍ରାମର ପ୍ରମୁକ ଜଣସାଧାରଣ, ପଞ୍ଚାୟତ ପିଇଓ ଶ୍ରୀ କମଲେସ ଗଣ୍ଡ, ନାଏବ ସରପଞ୍ଚ ଶ୍ରୀମତି ଦେଉଳି ଗଣ୍ଡ, ୱାର୍ଡ ମେମ୍ବର ୧୨ ଜଣ ଓ ଜଗାନ ସହାୟକ ଶ୍ରୀ ଧନେଶ କୁମାର ହଲୱା ସହିତ ଆଖ ପାଖ ଗ୍ରାମର ମାହାଙ୍ଗୁ ଗଣ୍ଡ, ଅନିଲ କୁମାର ହଲୱା, ଫାଗନୁରାମ ଗଣ୍ଡ, ବିନାବାଇ ଗଣ୍ଡ, ଶ୍ୟାମବାଇ ଗଣ୍ଡ, ସୁଲୋଚନା ହଲୱା, କମଲା ଗଣ୍ଡ, ବୁଲାବାଇ ଗଣ୍ଡା, ଫଗୁଣୀ ଗଣ୍ଡ, ମହେଶ ଗଣ୍ଡ, ମନସୁ ଗଣ୍ଡ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନ ସ୍ୱତନ୍ତ୍ର ଗ୍ରାମ ସଭାରେ ଆଲୋଚନା ହେବା କଠିନ ଓ ତରଳ ବର୍ଜ୍ୟଵସ୍ତୁ ପ୍ରତି ଧ୍ୟାନ ଦେବେ କହି ସମସ୍ତେ ସଂକଳ୍ପଵଧ୍ୟ ହୋଇଥିଲେ | ଅନ୍ତିମରେ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

nis-ad
Leave A Reply

Your email address will not be published.