ବଦଳିଲା ରାହୁଲ ଗାନ୍ଧୀଙ୍କ ଘରର ଠିକଣା

ଲୋକସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ପୁଣି ଥରେ ନିଜର ଠିକଣା ବଦଳାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ରାହୁଲଙ୍କୁ ସୁନହରୀବାଗ ରୋଡ୍‌ରେ ଏକ ନୂତନ ବଙ୍ଗଳା ଅଫର୍‌ କରିଛନ୍ତି । କେବଳ ରାହୁଲଙ୍କ ଲିଖିତ ସହମ୍ମତି ମିଳିବା ବାକି ଅଛି ।

ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ବଙ୍ଗଳା ଦେଖିବାକୁ ଯାଇଥିଲେ । ସେ ବଙ୍ଗଳା ବୁଲି ଦେଖିବା ସହ ଏହା ବିଷୟରେ ସୂଚନା ନେଇଥିଲେ । କୁହାଯାଉଛି ଯେ ବଙ୍ଗଳାକୁ ପ୍ରାୟତଃ ସହମତି ମିଳିଛି । ଗୃହ କମିଟି ତରଫରୁ ରାହୁଲଙ୍କୁ ଏହି ବଙ୍ଗଳା ପ୍ରଦାନ କରାଯାଇଛି ।

ଗତ ବର୍ଷ ମାନହାନି ମାମଲାରେ ରାହୁଲଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ୧୨, ତୁଗଲକ୍‌ ଲେନ୍‌ରେ ଥିବା ବଙ୍ଗଳାକୁ ତାଙ୍କୁ ଛାଡିବାକୁ ପଡ଼ିଥିଲା । ଏହାପରେ ସେ ମା’ ସୋନିଆ ଗାନ୍ଧୀଙ୍କ ସହ ୧୦, ଜନପଥ ରୋଡରେ ଥିବା ବଙ୍ଗଳାକୁ ଶିଫ୍ଟ ହୋଇଯାଇଥିଲେ । ବର୍ତ୍ତମାନ ରାହୁଲଙ୍କୁ ୫, ସୁନହରୀବାଗ ଲେନରେ ଥିବା ବଙ୍ଗଳା ଦିଆଯାଉଛି ।

ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ଏବଂ ୫ ଥରର ସାଂସଦ ରହିଛନ୍ତି । ଯେହେତୁ ବିରୋଧୀ ଦଳର ନେତା ଏକ ସାମ୍ବିଧାନିକ ପଦବୀ ଏବଂ ଏହାର ମାନ୍ୟତା କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ, ତେଣୁ ରାହୁଲଙ୍କୁ ଟାଇପ୍ ‘ଏ’ ବଙ୍ଗଳା ଦେବାକୁ ପଡ଼ିବ ।

ପ୍ରିୟଙ୍କା ଗାନ୍ଧୀଙ୍କ ସହ ରାହୁଲଙ୍କ କାର୍ଯ୍ୟାଳୟର କିଛି ଲୋକ ୫, ସୁନହରୀବାଗ ଲେନସ୍ଥିତ ବଙ୍ଗଳା ଦେଖିବାକୁ ଯାଇଥିଲେ । ଏହି ବଙ୍ଗଳାରେ ପ୍ରାୟ ୮ଟି ରୁମ୍‌ ଏବଂ ଗୋଟିଏ ବଡ଼ ଲନ୍ ରହିଛି ।

nis-ad
Leave A Reply

Your email address will not be published.