ସରକାରୀ ଜାଗାରେ ମରାଯାଇଥିବା ବୋର୍ଡ ରାତାରାତି ଉଭାନ, ନିରବଦ୍ରଷ୍ଟା ତହସିଲଦାର ଓ ଆରଆଇ

ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କୋଦଭଟ୍ଟା ସାହିର ପୁରୁଣା ଥାନା ସମ୍ମୁଖରେ ଥିବା ଏକ ସରକାରୀ ଜାଗାକୁ ଜଣେ ବ୍ୟକ୍ତି ଜବର ଦଖଲ କରି ରଖିଥିବା ବେଳେ ଏହା ପ୍ଲଟିଙ୍ଗ କରି ବିକ୍ରୀ କରି ଆସୁଥିବା ବେଳେ କୋଦଭଟ୍ଟା ଗ୍ରାମବାସୀ ଏହାକୁ ବିରୋଧ କରି ୨୦୨୩ ମସିହାରେ ରାଇଘର ତହସିଲଦାର ଭାବେ ଦାୟିତ୍ୱରେ ଥିବା ଶ୍ରୀ ଜଗୁ ପୂଜାରୀ ମହୋଦୟଙ୍କୁ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ମାନନୀୟ ରାଇଘର ତହସିଲଦାର ଏବଂ ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନ ୨୦୨୩ ମାର୍ଚ୍ଚ ୨୧ ତାରିଖ ଦିନ ଉକ୍ତ ଜାଗାରେ ପହଁଞ୍ଚି ସଂରକ୍ଷିତ ସରକାରୀ ଜମିକୁ ଚିହ୍ନଟ କରି ସେହି ଜାଗାରେ ଦୁଇଗୋଟି ବୋର୍ଡ ମାରି ଦେଇଥିଲେ। କିନ୍ତୁ ବୋର୍ଡ ଲାଗିବାର କେତେ ମାସ ଭିତରେ ଗୋଟିଏ ବୋର୍ଡ କେହି ଦୁର୍ବୃତ ଭାଙ୍ଗି ଫିଙ୍ଗି ଦେଇଥିବା ବେଳେ ସପ୍ତାହ ପୂର୍ବରୁ କେହି ଜାଣିଶୁଣି ଆଉ ଗୋଟିଏ ସରକାରୀ ଲାଗିଥିବା ବୋର୍ଡ କୁ ଉଠେଇବାକୁ ଚେଷ୍ଟା କରି ବିଫଳ ହୋଇ ଅଧା ଉଠେଇ ସେମିତି ଛାଡି ଦେଇଥିଲେ।

ଏହି ଘଟଣା ଦେଖି କିଛି ଲୋକେ ରାଇଘର ଆର. ଆଇ ଙ୍କୁ ଅଭିଯୋଗ କରିଥିଲେ ଏବଂ ରାଇଘର ଆର ଆଇ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ପହଂଚି ବୋର୍ଡ କୁ ପୁଣି ଭଲ ଭାବରେ ପୋତି ଦେଇଥିଲେ କିନ୍ତୁ ବିଗତ ୨୧/ ୦୭ ରିଖ ରବିବାର ରାତିରେ କେହି ଇଛାକୃତ ଭାବେ ଜାଣିଶୁଣି ମରାଯାଇଥିବା ବୋର୍ଡ କୁ ଉଠେଇ ଫିଙ୍ଗି ଦେଲେ,ଫଳରେ କୋଦଭଟ୍ଟା ସାହିବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଓଡ଼ିଶା ସରକାର ବର୍ତମାନ ଜବର ଦଖଲ ଉଛେଦ ପାଇଁ ଆଇନ ଲାଗୁ କରୁଥିବା ବେଳେ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ କିନ୍ତୁ ଖୁଲାମ ଖୁଲା ଚାଲିଛି ଜବର ଦଖଲ । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆର ଆଇ, ତହସିଲଦାର ଏଥିରେ ସମ୍ପୃକ୍ତ ନାହାନ୍ତି ତ ? ଏହା ବୁଦ୍ଧିଜୀବୀ ମହଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଏବଂ କାହା ଇଂଗିତରେ ଏହି ଜବର ଦଖୋଲକାରୀ ମାନେ ସରକାରୀ ଆଇନକୁ ଅବମାନନା କରୁଛନ୍ତି ଏହା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟ ବିଷୟ।

ଉଲ୍ଲେଖ ଥାଉ କି, କିଛି ମାସ ପୂର୍ବେ ଆମ ପ୍ରତିନିଧି ଉମରକୋଟ ରାଇଘର ମୁଖ୍ୟ ରାସ୍ତାର ପାର୍ଶରେ ବେଆଇନ ଭାବେ ସରକାରୀ ଜାଗାରେ ବିଲଡିଂ ଘର କରିବାର ସୂଚନା ରାଇଘର କାର୍ଯ୍ୟରତ ତହସିଲଦାର ଓ ଆର ଆଇଙ୍କୁ ଅବଗତ କରାଇବା ସତ୍ତେ ଚୁପ ରହି କିଛି କାର୍ଯାନୁଷ୍ଠାନ ଗ୍ରହଣ କରି ନ ଥିଲେ। ସରକାରୀ ଜାଗାକୁ ଜବରଦେଖଲ କରିବା ଏକ ଦଣ୍ଡନିୟ ଅପରାଧ କିନ୍ତୁ ପ୍ରଶାସନ ପକ୍ଷରୁ ପୋତା ହେଇଥିବା ବୋର୍ଡ କୁ ରାତାରାତି ଉଠେଇ ଉଭାନ କରିବା ଘଟଣା ଚର୍ଚ୍ଚାରତ ହୋଇ ରାଇଘର ଓ ଆଖ ପାଖ ଗ୍ରାମରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଇଘର ତହସିଲଦାର ଉକ୍ତ ଘଟଣା କୁ ଗୁରୁତ୍ୱର ସହିତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଉଚିତ ପଦକ୍ଷେପ ଗ୍ରହଣ କରିବା ସହିତ ରାଇଘର ବ୍ଲକରେ ଥିବା ଜବର ଦଖୋଲ ଉଛେଦ ପାଇଁ ରାଇଘର ଅଞ୍ଚଳବାସୀ ଦାବି ଓ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.