୪ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଜୋରିମାନା

ଫୁଲବାଣୀ : ଫାଷ୍ଟ ଟ୍ରାକର ବିଚାରପତି ରାଜେଶ ଦାଶ ଏକ ୪ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ପବନ @ ହେମନ୍ତ ମଲ୍ଲିକ କୁ ଦୋଷୀ ସାବ୍ୟସ୍ତ କରି ୨୫ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୭ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋର ସ୍ଵତନ୍ତ୍ର ପି.ପି. ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ। ସୁଚନା ଅନୁସାରେ ପିଡୀତା ତା ୦୯/୦୬.୨୦୨୨ରିଖ ଦିନ ଗାଁ ରେ ଏକ ଉତ୍ସବ ହୋଇଥିଲା l ସେହି ଉତ୍ସବ ରେ ଭୋଜି ଆୟୋଜନ କରାଯାଇଥିଲା l ପୀଡିତା ସେହି ଭୋଜି ଖାଇ ସାରିବା ପରେ ପବନ ମଲ୍ଲିକଙ୍କୁ ଗୃହକୁ ଛାଡିଦେବାକୁ କହିଥିଲା l ଅଭିଯୁକ୍ତ ପୀଡିତାକୁ ଘରେ ଛାଡିବା ପରିବର୍ତ୍ତେ କ୍ଷେତ ଆଡ଼େ ନେଇଯାଇ ଦୁଷ୍କର୍ମ କରିଥିଲା l ଅଭିଯୁକ୍ତ ପୀଡିତାକୁ ତୁ କାହାକୁ କହିଲେ ତତେ ତଣ୍ଟି ଚିପି ମାରିଦେବି ବୋଲି ଧମକ ଦେଇଥିଲା l ଭୟରେ ସେ କାହାକୁ କିଛି କହି ନଥିଲା l ପରେ ପୀଡିତା ସମସ୍ତ୍ ଘଟଣା ମାଆକୁ କହିଥିଲା l ପରେ ପୀଡିତାର ମାଆ ଏକ ଲିଖିତ ଅଭିଯୋଗ ୧୨/୬/୨୦୨୨ ରେ ଖଜୁରୀପଡ଼ା ଥାନାରେ ଏତଲା ଦେଇଥିଲେ l ଥାନାଧିକାରୀ ମାମଲାକୁ ଥାନା କେଶ ନଂ ୭୪/ ୨୨ ରେ ମାମଲା ରୁଜୁ କରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ଉକ୍ତ ମାମଲାର ବିଚାରଣା କରି ରାୟ ପ୍ରକାଶ କରିଛନ୍ତି ଏବଂ ପିଡୀତାକୁ କ୍ଷତି ପୂରଣ ଅର୍ଥ ରାଶି ୭ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

nis-ad
Leave A Reply

Your email address will not be published.