ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ରର ଅଧ୍ୟକ୍ଷଙ୍କ କ୍ଳଷ୍ଟରସ୍ତରୀୟ ବୈଠକ ପରିଦର୍ଶନ

ଛତ୍ରପୁର : ସାରା ରାଜ୍ୟରେ ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଏଫ୍ଏଲ୍ଏନର ସଫଳତା ପାଇଁ ନୀତି ନିର୍ଦ୍ଧାରଣ ଓ ରୂପରେଖ ଅନୁସାରେ ଗଞ୍ଜାମ ଜିଲ୍ଳା ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ର ( ଡ଼ାଇଟ ) ଖଲିକୋଟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପରିଡା ଛତ୍ରପୁର ବ୍ଳକର କଣମଣା ଓ କାଳିଆବାଲି ଦୁଇଟି କ୍ଳଷ୍ଟର ସ୍ତରୀୟ ବୈଠକ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦ ନିପୁନ ଭାରତ ଅନୁସାରେ ପ୍ରତ୍ୟେକ ଶିଶୁ ଯେପରି ଲେଖିପଢି ଶିଖିବେ,ନିଜକୁ ସ୍ବୟଂ ସମ୍ପନ୍ନ କରି ଗଢିତୋଳିବେ ଓ ଦେଶର ସୁନାଗରିକ ହୋଇ ଉଭାହେବେ ସେମାନଙ୍କର ଭବିଷ୍ୟତ ଆମେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଗୁରୁ ଦାୟିତ୍ୱ ସେ କହିଥିଲେ। ପ୍ରତ୍ୟେକ ବିଦ୍ୟାଳୟରେ କିପରି ଶିଶୁଙ୍କୁ ଶିକ୍ଷା ଦିଆଯିବ ଉଦାହରଣ ଦେଇ ବୁଝାଇବା ସହିତ ଶିକ୍ଷକଶିକ୍ଷୟିତ୍ରୀଙ୍କ ମନରୁ ସଂଶୟ ଦୂର କରିଥିଲେ । ଖଲିକୋଟ ଡାଇଟର ଶିକ୍ଷକ ପ୍ରଶିକ୍ଷିକା ଲିପିଶ୍ରୀ ଦେବି ଏଥିରେ ଯୋଗଦେଇ ବୈଠକର ବିଷୟବସ୍ତୁକୁ ପ୍ରସଙ୍ଗ ଭିତ୍ତିକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସିଆର୍ ସିସି କମଳ ବେହେରା ଓ ସୁକାନ୍ତ ମିଶ୍ର ବୈଠକକୁ ପରିଚାଳନା କରିଥିଲେ । କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ଏଫ୍ ଏଲ୍ ଏନ୍ ଶିକ୍ଷକଶିକ୍ଷୟିତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.