ଆସିକାର ଏକ ଘରୋଇ ନର୍ସିଙ୍ଗହୋମରେ ଅଗ୍ନିକାଣ୍ଡ

ପ୍ରଶାସନର ଦୃଷ୍ଟି ଆଡୁଆଳରେ ଚାଲିଥିଲା ନର୍ସିଙ୍ଗ ହୋମ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଖୁଲାମ ଖୁଲା ଅଣ ପଞ୍ଜିକୃତ ନର୍ସିଙ୍ଗ ହୋମ ଚାଲୁଛି। ଏହାର ନଗ୍ନ ନମୁନା ଆଜି ଆସିକା ବାଣୀବିହାରରେ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ମା ବାପା ନଥାଇ ଏକ ଘରୋଇ ନର୍ସିଙ୍ଗ ହୋମ ଚାଲୁଛି। ଆଜି ନର୍ସିଙ୍ଗ ହୋମ ରେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ ଘଟିଛି। କେହି ମୃତାହତ ହୋଇନଥିଲେ ବି ଅଚାନକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ରେ ଅଗ୍ନି କାଣ୍ଡ ଘଟିବା ଫଳରେ ଲୋକେ ଆତଙ୍କିତ ହୋଇଯାଇଥିଲେ। ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଏହି ନର୍ସିଙ୍ଗ ହୋମ ଦୀର୍ଘ ବର୍ଷ ହେଲା ଚାଲିଛି। ଏଠାରେ ବିଭିନ୍ନ ରୋଗୀଙ୍କୁ ଅସ୍ତ୍ରୋପ୍ରଚାର ମଧ୍ୟ କରାଯାଉଛି। ପୂର୍ବରୁ ଏଠାରେ ଚିକିତ୍ସା ହୋଇ ମୃତାହତ ହେବାର ମଧ୍ୟ ନଜିର ଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାରେ ଛତୁ ଫୁଟିଲା ଭଳି ଘରୋଇ ନର୍ସିଙ୍ଗ ହୋମ ଥିଲେ ବି ଜିଲ୍ଲା ପ୍ରଶାସନ ଚୁପଚାପ ବସିରହିବା ଫଳରେ ରୋଗୀର ଜୀବନ ସହ କେତେକ ଡାକ୍ତର ଖେଳ ଖେଳୁଥିବା ଚର୍ଚ୍ଚା ହେଉଛି। ସେବା ନାଁ ରେ କେବଳ ଶୋଷଣ ର ଏକ ମାତ୍ର ବ୍ୟବସାୟ ଏବେ ଚିକିତ୍ସା ହୋଇଛି। ଜିଲ୍ଲାରେ କେତେ ଘୋରଇ ନର୍ସିଙ୍ଗ ହୋମ ରହିଛି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ନିକଟରେ ବି ତଥ୍ୟ ନଥିବା ଚର୍ଚ୍ଚା ହେଉଛି। କେତେବେଳେ ଜୀବନ ଯିବା ବା ଅଘଟଣ ହେଲେ ଅଧିକାରି ମନେ ତଦନ୍ତ କରି ଚୁପଚାପ ବସି ରହିବା ଫଳରେ ଅବାଧ ରେ ଲୋକଙ୍କ ଜୀବନ ଦୀପ ନିଭି ଯାଉଥିବା ଦେଖେବାକୁ ମିଳୁଛି।

nis-ad
Leave A Reply

Your email address will not be published.