ଥାଇଲାଣ୍ଡରୁ ଓଡ଼ିଶା ଫେରାଇ ଆଣିବାକୁ କେନ୍ଦ୍ରାପଡାର ୭ ଓଡ଼ିଆ ଶ୍ରମିକଙ୍କ ନିବେଦନ

କେନ୍ଦ୍ରାପଡ଼ା: ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ। ୬ ମାସ ତଳେ ଥାଇଲାଣ୍ଡ ଯାଇ ପ୍ଲାଏବୋର୍ଡ କମ୍ପାନୀରେ କାମ କରୁଥିଲେ। ତେବେ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଯାଇଥିଲେ ଓଡ଼ିଆ ଶ୍ରମିକ।

କେନ୍ଦ୍ରାପଡ଼ା ରାଜକନିକାରୁ ୭ ଜଣ ଶ୍ରମିକ ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ମିଳୁଛି ଅକଥନିୟ ନିର୍ଯାତନା। ଭିସା ସରି ଯାଥିବାରୁ ଗିରଫ କରିବାକୁ ପୋଲିସ ଖୋଜୁଛି । ଆଉ ପୋଲିସଠାରୁ ବଞ୍ଚିବାକୁ ଜଙ୍ଗଲରେ ଲୁଚୁଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ। ଭିସା ବଢ଼ାଇବା କଥା କହିଲେ କିମ୍ବା ଟଙ୍କା ମାଗିଲେ ପୋଲିସ ଲଗାଇ ଗିରଫ କରିବାକୁ ଧମକ ଦେଉଛି କମ୍ପାନୀ ମଲିକ । ତେଣୁ ଭିଡିଓ କରି ସହାୟତା ପାଇଁ ପରିବାର ଲୋକଙ୍କୁ ଶ୍ରମିକମାନେ ନିବେଦନ କରିଛନ୍ତି।

ସିକୁଡି ଗାଁର ଦୁଇ ଭାଇ ଅମୀୟ ନାୟକ ଓ ଅଶୋକ, ଶିଳପୋଖରୀ ଗାଁର ସଞ୍ଜୟ ପଳାଇ, ପଞ୍ଚୁପଲ୍ଲୀ ଗାଁର ସନାତନ ରାଉତ, ଜଗନ୍ନାଥ ରାଉତ ଓ ପଟ୍ଟାମୁଣ୍ଡାଇ ବ୍ଲକର ଅଶୋକ ସେଠୀ ଥାଇଲାଣ୍ଡରେ ଫସି ରହିଛନ୍ତି। ଏନେଇ ପରିବାର ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି। ତୁରନ୍ତ ସହାୟତା ଯୋଗଇଦେବା ସହ ସମସ୍ତଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଦାଦନଙ୍କ ପରିବାର ଲୋକେ ।

nis-ad
Leave A Reply

Your email address will not be published.