ବର୍ଷା ଯୋଗୁଁ ସ୍ୱାଭିମାନ ଅଞ୍ଚଳ ଅବସ୍ଥା ବେହାଲ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ ସାଜିଛି ଷ୍ଟ୍ରେଚର…

ମାଲକାନଗିରି, ୨୦।୭ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡାଆମ୍ବ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ ଭାବେ ଷ୍ଟ୍ରେଚରକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଆଜିକୁ ତିନିଦିନ ଧରି ଲଗାଣ ବର୍ଷା ହେଉଥିବା ହେତୁ ଯୋଡ଼ାଆମ୍ବ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଶୋଚନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ପାର୍ଶ୍ବରେ ବର୍ଷାଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ରାସ୍ତା ପାର୍ଶ୍ବର ପାଣି ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ପଶି ଯାଇ ଅନେକ ଔଷଧ ଓ ଅନ୍ୟ ଆସବାବପତ୍ର ନଷ୍ଟ ହୋଇ ଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟକୁ ଜଳ ଅଧିକ ମାତ୍ରାରେ ପଶୁଥିବାରୁ କର୍ମଚାରୀ ମାନେ ଷ୍ଟ୍ରେଚରକୁ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଗେଟ ଆଗରେ ବାଡ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ କେନ୍ଦ୍ରରେ ବନ୍ୟାଜଳ ପ୍ରବଳ ମାତ୍ରାରେ ପ୍ରବେଶ କରିବା ଫଳରେ ଔଷଧ ପତ୍ର ନଷ୍ଟ ହେବା ସହ କିଛି ଯନ୍ତ୍ରାଂଶ ଖରାପ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପାଣି ପଶି ବିଦ୍ୟୁତ ସଟ ସର୍କିଟ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ର ବିଦ୍ୟୁତ ତାର ଗୁଡିକ ଜଳିଯାଇଛି। ସୌଭାଗ୍ୟ ବଶତଃ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ରୋଗୀଙ୍କ କିଛି ହୋଇନାହିଁ। ଗତ କିଛିବର୍ଷ ଧରି ଏଇ ସ୍ବାସ୍ଥ୍ୟକେନ୍ଦ୍ରରେ ଏ ଭଳି ପରିସ୍ଥିତି ଉପୁଜୁଥିବା ବେଳେ ଏହାର ସମାଧାନ ନିମନ୍ତେ କୌଣସି ପଦାଧିକାରୀଙ୍କ ନଜର ପଡୁନାହିଁ । ଆଗାମି ଦିନରେ କିଭଳି ଏହି ସବୁ ସମସ୍ୟାର ସମାଧାନ କରାଯିବ ସେ ନେଇ ସ୍ବାଭିମାନ ଅଞ୍ଚଳବାସି ଦାବି କରିଛନ୍ତି । ପ୍ରାୟ ଚାରିଗୋଟି ଗ୍ରାମ ପଞ୍ଚାୟତ ର ଜନସାଧାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ କେବେ ପ୍ରଶାସନ ଏଦିଗରେ ଦୃଷ୍ଟିପାତ କରିବାକୁ ସାଧାରଣ ରେ ଦାବି ହୋଉଛି ।

nis-ad
Leave A Reply

Your email address will not be published.