ଦୁଇ କଲରା ପତ୍ରିଆ ବାଘ ଛାଲ,୬ ଟି କୁଟୁରା ଛାଲ ଯବତ ସହ ୬ ଆସାମୀ ଗିରଫ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ବନବିଭାଗକୁ ମିଳିଛି ବଡ଼ ସଫଳତା । ଗତ ବୁଧବାର ଭୋର ୩ ଟା ସମୟରେ ଟିକାବାଲି ପକ୍ଷରୁ ପେଟ୍ରୋଲଙ୍ଗି ହେଉଥିବା ବେଳେ ବେହେରା ଗାଁରୁ ଲାଇନପଡାକୁ ସଂଯୋଗ କରୁଥିବା ଜଙ୍ଗଲ ମଧ୍ୟରେ ଏକ ବାଇକରେ ବାଘ ଛାଲ ନେଇ ଯାଉଥିବା ଖବର ପାଇ ଟିକାବାଲି ବନ ବିଭାଗ ଦଳ ଖଜୁରୀପଡା ଡାଞ୍ଜୁ ଗ୍ରାମର ଧନେଶ୍ବର ନାୟକ( ୬୦), ଗୁମୁରି ଖୋଲ ଗ୍ରାମର ଶରତ ମଲ୍ଲିକ (୨୫) ଦୁଇ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲା । ଏହି ଦୁଇ ଆସାମୀଙ୍କ ବୟାନ ଅନୁଯାୟୀ ଆଉ ଚାରି ଜଣଙ୍କୁ ଆଜି ଗିରଫ କରିବାରେ ସଫଳ ହୋଇଥିଲା । ପରେ ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ, ବନପାଳ ଶ୍ରୀଧର ସାହୁ, ସମେତ ଉଭୟ ଟିକାବାଲି ଓ ଚକାପାଦ ବ୍ଲକର ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଅଧିକ ତଦନ୍ତ ପରେ ଆଉ ଚାରି ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ l ସେମାନେ ହେଲେ ଖଜୁରୀପଡା ବ୍ଲକ ର ଖଉମୁଣ୍ଡା ଗ୍ରାମର ଗୌରାଙ୍ଗ ମଳିକ ଓରଫ (ନୀଳ)( ୨୫),ସଦାନନ୍ଦ କହଁର (୩୦),ବର୍ଡିଗୁଡା ଗ୍ରାମର ସନ୍ତୋଷ ମଲ୍ଲିକ (୪୦) ଡାଞ୍ଜୁ ଗ୍ରାମର ବିବତ୍ସ ମଲ୍ଲିକ (୩୦) ଙ୍କୁ ଗିରଫ କରି ଏକ ମାମଲା ରୁଜୁ ଏମାନଙ୍କ ଠାରୁ ଦୁଇ ଗୋଟି କଲରା ପତ୍ରିଆ ବାଘ ଛାଲ , ୬ ଟି କୁଟୁରା ଛାଲ,ଦୁଇଟି ଗୋଧି ଛାଲ, ଗୋଟିଏ ଦେଶୀ ବନ୍ଧୁକ, ୨ ଟି କୁଟ୍ରା ସିଙ୍ଗ, ଫାସ ସାତ ଗୋଟି, ବାଟୁଳିଖଡା ଦୁଇଟି, ଶର ଏକ ଗୋଟି,ଜବତ କରି , ୬ ଜଣ ଆସାମୀକୁ ଗିରଫ କରି କେସ ନଂ ଓ ଆର୍ ୫୮/ଓଏଫ୍ ୨୪ରେ ମାମଲା ରୁଜୁ କରି ଆଜି ଜି. ଉଦୟଗିରି ଏସଡ଼ିଜିଏମ କୋର୍ଟକୁ ଚାଲାଣ କରାଯାଇଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ି ଏଫ ଓ ପ୍ରଶାନ୍ତ ପଟେଲ କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଏ ସି ଏଫ୍ ମଳୟ ରଂଜନ କାଲ, ଫୁଲବାଣୀ ରେଞ୍ଜ୍ ବନ ଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା, ଫରେଷ୍ଟର ସରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.