ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଘୋଷଯାତ୍ରାର ଆଜି ହେଉଛି ଶେଷ ଦିବସ  l ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  l ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇଛନ୍ତି । ଚଳିତବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବାକୁ ଯାଉଛି  । ଆଡ଼ପ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ପଡ଼ିଯିବା ନେଇ ଘଟଣାରେ ସମସ୍ତ ସେବାୟତ ଦୁଃଖିତ  । ଏହି ଘଟଣା ନେଇ ରାଜ୍ୟସରକାର ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି  l ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିପରି ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବ ସେ ନେଇ ବିଶେଷ ଧ୍ୟ୍ୟନ ଦିଆଯିବ  l ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲାଯାଇଛି  l ଯାହାକି ୪୦ ବର୍ଷ ପୂର୍ବରୁ ସରକାର ଖୋଲିପାରୁନଥିଲେ  l ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତ କାର୍ଯ୍ୟ କରାଯିବ  l ଲୋକଙ୍କ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  l

nis-ad
Leave A Reply

Your email address will not be published.