ଚିଙ୍ଗୁଡ଼ି କମ୍ପାନୀରେ ଫସି ରହିଛନ୍ତି ୨୨ ଓଡ଼ିଆ ଶ୍ରମିକ

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାର ଚିଙ୍ଗୁଡ଼ି କମ୍ପାନୀରେ ଫସି ରହିଛନ୍ତି ୨୨ ଓଡ଼ିଆ ଶ୍ରମିକ ।  ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଥିବା ସନ୍ଧ୍ୟା ମେରାଇନ୍ ପ୍ରାଇଭେଟ୍ ଲିମିଟେଡରେ କାମ କରିବା ପାଇଁ ଗତ ୧୦ତାରିଖରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ କେନ୍ଦୁପଲି, ବୈଦେଶ୍ୱର ଓ ଜଗନ୍ନାଥପୁର ପଞ୍ଚାୟତ ଅଞ୍ଚଳରୁ ୨୨ଜଣ ପୁରୁଷ ଓ ମହିଳା ଯାଇଥିଲେ ।  ସାଙ୍ଗରେ ପାଞ୍ଚ ନାବାଳିକା ଯାଇଥିବାରୁ କମ୍ପାନୀ କାର୍ଯ୍ୟରେ ନିୟୋଜିତ ନ କରି ସେମାନଙ୍କୁ ଅଲଗା ରଖିବାରୁ ମହିଳାମାନେ ପ୍ରତିବାଦ କରିଥିଲେ ।

କମ୍ପାନୀ କର୍ତ୍ତପକ୍ଷ ପୁରୁଷମାନଙ୍କୁ କାର୍ଯ୍ୟ ଦେଇ ମହିଳାମାନଙ୍କୁ ଅଲଗା ରଖିଛି ।  ସମସ୍ତେ ଗାଆଁକୁ ଫେରି ଆସିବାକୁ କହିବାରୁ କମ୍ପାନୀ କତୃପକ୍ଷ ଛାଡ଼ୁ ନ ଥିବା ଭିଡିଓ ବାର୍ତ୍ତା ମାଧ୍ୟମରେ ମହିଳାମାନେ ଅଭିଯୋଗ କରିଛନ୍ତି ।  ଫସି ରହିଥିବା ମହିଳାଙ୍କ ପରିବାର ଲୋକେ ତୁରନ୍ତ ସେଠାରୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.