ଭିମସାରରେ ଯୁବତୀଙ୍କ ଅସ୍ତ୍ରୋପଚାର: ମୁଣ୍ଡ ଭିତରୁ ବାହାର କରାଗଲା ୭୩ଟି ଇଞ୍ଜେକେସନ ଛୁଞ୍ଚି

ବଲାଙ୍ଗୀର : ମୁଣ୍ଡ ଭିତରୁ ବାହାରିଲା ପୁଳା ପୁଳା ଛୁଞ୍ଚି । ଯିଏ ଦେଖୁଛି ସିଏ ହତବାକ୍ । ଗୋଟିଏ କି ଦୁଇଟି ନୁହେଁ ଖପୁରୀ ଭିତରେ ଖଞ୍ଜା ହୋଇଥିଲା ୭୩ଟି ଇଞ୍ଜେକସନ୍ ଛୁଞ୍ଚି । ଅନ୍ଧବିଶ୍ୱାସର ଅଭାବନୀୟ କାହାଣୀ, ଆଉ ତାନ୍ତ୍ରିକର ଅଜବ ଚିକିତ୍ସା । ଡାକ୍ତରଖାନା ବେଡରେ ଶୋଇ ଯୁବତୀ ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା । ଖପୁରୀ ଭିତରେ ପୁଳା ପୁଳା ଲୁହା କଣ୍ଟା, ଦେଖିଲା ବେଳକୁ ଲୋମ ଟାଙ୍କୁରୀ ଉଠୁଛି । ଛାତି ଥରାଇ ଦେଉଛି ଏ ଦୃଶ୍ୟ । ଡାକ୍ତର ବି ଆଶ୍ଚର୍ଯ୍ୟ । ଥରେ ଭାବନ୍ତୁ ତ ଯାହାର ମୁଣ୍ଡ ଭିତରେ ଏତେ ସଂଖ୍ୟାରେ ଛୁଞ୍ଚି ଫୋଡା ଯାଇଥିବ ତାକୁ କେତେ ଯେ କଷ୍ଟ ହେଉନଥିବ । ଆପଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏ ଘଟଣା ଏବେର ନୁହେଁ । ଦିନେ କି ମାସେର ନୁହେଁ, ୪ ବର୍ଷ ତଳୁ ଖଞ୍ଜା ଯାଇଛି ପୁଳା ପୁଳା ଛୁଞ୍ଚି । ଏସବୁ କରିଛି ସେହି ତାନ୍ତ୍ରିକ । ଯୁବତୀଙ୍କ ଅବସ୍ଥା ଏମିତି ଦୟନୀୟ କରି ଦେଇଛି ତାନ୍ତ୍ରିକ । ଝିଅଟିର ମୁଣ୍ଡ ବିନ୍ଧୁଥିଲା । ଆଉ ବନ୍ଦ ରୁମ ଭିତରକୁ ନେଇ ଏଭଳି କରୁଥିଲା ସ୍ୱତନ୍ତ୍ର ଝଡା ଫୁଙ୍କା ।

ଅନ୍ଧବିଶ୍ୱାସର ଅଭାବନୀୟ କାହାଣୀ ଦେଖିବାକୁ ମିଳିଛି ବଲାଙ୍ଗିରରେ। ଯେଉଁଠି ତାନ୍ତ୍ରିକ ଅଜବ ଚିକିତ୍ସା ଶୁଣି ପୂରା ରାଜ୍ୟବାସୀ ହତବାକ୍ । ଝିଅ ମୁଣ୍ଡରେ ଖଞ୍ଜା ଯାଇଥିବା ଏ ଛୁଞ୍ଚିକୁ ଦେଖିଲେ ଲୋମ ଟାଙ୍କୁରି ଉଠୁଛି ଲୋକଙ୍କର । ଏହି ତାନ୍ତ୍ରିକ ୪ ବର୍ଷ ତଳୁ ଯୁବତୀଙ୍କ ମୁଣ୍ଡରେ ଏମିତି ଫୋଡିଥିଲା ଛୁଞ୍ଚି । ଯେତେବେଳେ କଷ୍ଟ ହେଉଥିଲା ଝିଅଟିକୁ ତା ବାପା ନେଇ ଯାଉଥିଲେ ତାନ୍ତ୍ରିକ ପାଖକୁ । ଆଉ ସେ ଟିକେ କଣ ଫୁଙ୍କି ଦେଉଥିଲା ଓ ଯନ୍ତ୍ରଣା କମି ଯାଉଥିଲା । ଏବେ ଗୁରୁତର ହୋଇ ଯୁବତୀ ପଡିଛନ୍ତି ମେଡିକାଲରେ । ଝିଅ ଅବସ୍ଥା ଖରାପ ହେବାରୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ପରେ ଝିଅର ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଏକ ୧୦ ଜଣିଆ ଡାକ୍ତରୀ ଟିମ୍‌ ଚିକିତ୍ସା କରି ତା ମୁଣ୍ଡରୁ ବାହାର କରିଛି ୭୩ଟି ଛୁଞ୍ଚି ।

ବଲାଙ୍ଗୀରର ଇଚଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ଝିଅକୁ ସବୁ ବେଳେ ଡର ଲାଗିଲା । ଭୟଭୀତ ହେଉଥିବା ସହ ବିଭିନ୍ନ ସମୟରେ ଚମକି ପଡୁଥିଲା । ଏନେଇ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା କରାଇଲେ। ହେଲେ ଡାକ୍ତର କହିଲେ କିଛି ଅସୁବିଧା ନାହିଁ । ତେବେ ପରେ ପୁଣି ସେଭଳି ଅସୁବିଧା ହୋଇଥିଲା । ତେଣୁ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଝଡାଫୁଙ୍କା କରିବାକୁ ନେଇଥିଲେ ବାପା। ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ ଓ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ଏକ ନିଡିଲ ଆଣିଥିଲେ । ଝିଅର ବାପା ଯେତେବେଳେ ଏହି ଛୁଞ୍ଚିକୁ ଦେଖଇଲେ ପଚାରିଲେ କଣ ହେବ ବାଲି ବାପା ଏହା କଣ କରିବେ ବୋଲି । ଗୁଣିଆ କହିଲା, ପ୍ରେତକୁ ଡରାଇବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ।

ଏବଂ ଏଥିପାଇଁ ଝିଅ ସହ କାହାକୁ ନଯିବାକୁ ମନା କରିଥିଲେ ଏବଂ କେବଳ ଗୁଣିଆ ଓ ତାଙ୍କ ସ୍ତ୍ରୀ ତାକୁ ନେଇଯାଇଥିଲେ ଏକ କୋଠରୀ ଭିତରକୁ । ସେହି କୋଠରୀରେ କିଛି ପୂଜା କରିଥିଲେ। ତାପରେ ଝିଅ ଭଲ ମଧ୍ୟ ହୋଇ ଘରକୁ ଫେରିଥିଲେ। କିନ୍ତୁ ପରେ କିଛି ମାସ ଗଲାପରେ ପୁଣି ସେଭଳି ଅସୁବିଧା ହେବା ସହ ଝିଅ ହାତ ଆପେ ଆପେ କଟି ରକ୍ତ ବାହାରିଲା ଏନେଇ ନିଜେ ଝିଅ କାଟୁଥିବା ଭାବି ହାତ ଗୋଡ଼ ବାନ୍ଧି ମଧ୍ୟ ରଖିଥିଲେ ବାପା। ହେଲେ ବାନ୍ଧିକି ରଖିବା ପରେ ମଧ୍ୟ ସେଭଳି ଆପେ ଆପେ କଟିକି ରକ୍ତ ବାହାରିଲା। ପରେ ମୁଣ୍ଡରୁ ବାହାରିଥିଲା ନିଡିଲ। ଭୟଭୀତ ହୋଇଥିଲେ ପରିବାର ଲୋକ ଓ ଏନେଇ ଗୁଣିଆ ପାଖକୁ ପୁଣି ଯାଇ ଅଭିଯୋଗ କରିଥିଲେ। ପୁଣି ପୂଜା କରି ଠିକ କରିଦେଇଥିଲା ଗୁଣିଆ ପରେ ପୁଣି ଏଭଳି ହେବାରୁ ଶେଷରେ ଥାନାର ଦ୍ୱାରସ୍ତ ହୋଇଥିଲେ ଝିଅର ବାପା ବିଷ୍ଣୁ ଓ ଗୁଣିଆ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏନେଇ କଣ୍ଟାବାଞ୍ଜି ଥାନା ପୋଲିସ ଗୁଣିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି।

nis-ad
Leave A Reply

Your email address will not be published.