ସୁଭଦ୍ରା ଦ୍ବନ୍ଦ୍ବ ଦୂର କଲେ ଉପମୁଖ୍ୟମନ୍ତ୍ରୀ: ୧ ଟଙ୍କା ନଯାଇଥିଲେ ବି ପାଇବେ

ଭୁବନେଶ୍ବର: କ’ଣ ଆପଣଙ୍କ ଖାତାକୁ ବି ଯାଇନାହିଁ ସୁଭଦ୍ରା ଟ୍ରାଏଲର ଟଙ୍କାଏ? ତାହାଲେ କିଛି ବି ଚିନ୍ତା କରିବାର ବିଷୟ ନାହିଁ । ଟଙ୍କାଏ ନପାଇଲେ ବି ଆପଣଙ୍କ ଖାତାକୁ ଯିବ ସୁଭଦ୍ରା ସହାୟତା ରାଶି ।

ତେବେ ଶନିବାର ରାତିରେ ସୁଭଦ୍ରା ପଞ୍ଜିକରଣ କରିଥିବା କିଛି ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟ୍ରାଏଲ ରନ୍ ହିସାବରେ ଟଙ୍କାଏ ଲେଖାଏ ଯାଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା, କିଏ ପାଇବେ ଓ କିଏ ପାଇବେନି। ଯାହାକୁ ନେଇ ଆଜି ସ୍ପଷ୍ଟିକରଣ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ଦ୍ବନ୍ଦ୍ବରେ ରହିବା ଆବଶ୍ୟକତା ନାହିଁ । ଏହା କେବଳ ଟ୍ରାଏଲ ଥିଲା । ସିଷ୍ଟମ ଚେକ୍ ପାଇଁ ୧ ଟଙ୍କା ପଠାଯାଇଥିଲା । ଆପଣ ଟଙ୍କାଏ ପାଇଥାନ୍ତୁ କି ନପାଇଥାନ୍ତୁ ସୁଭଦ୍ରା ରାଶି ଆପଣଙ୍କୁ ମିଳିବ । ଆସନ୍ତାକାଲି ସୁଭଦ୍ରାର ଲୋକାର୍ପଣ ପ୍ରଧାନମନ୍ତ୍ରୀଙ୍କ ହାତରେ ହେବା ପରେ ମହିଳାଙ୍କ ଖାତାକୁ ଟଙ୍କା ଚଢିବ । କିଛି ଲୋକଙ୍କ ମଧ୍ୟ ୧୭ ତାରିଖ ପରେ ଆଉ ମିଳିବ କି ନାହିଁ ସେନେଇ ଯେଉଁ ଦ୍ବନ୍ଦ୍ବ ରହିଛି ସେନେଇ ମଧ୍ୟ ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେଇଛନ୍ତି । କହିଛନ୍ତି ଯେ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ପାଇନାହାନ୍ତି ସେ ପର୍ଯ୍ୟନ୍ତ ଏହା ଚାଲୁରହିବ  । ଆସନ୍ତା କାଲି ପ୍ରଥମ କିସ୍ତିରେ କିଛି ଲୋକଙ୍କୁ ମିଳିବା ବେଳେ ପରେ ପାଖାପାଖି ୧ କୋଟି ମହିଳାଙ୍କୁ ସୁଭଦ୍ରା ସହାୟତାରେ ସାମିଲ କରାଯିବ । ୧୭ ପରେ ବି ଆପଣ ପଞ୍ଜିକରଣ କରିବେ, ଇ-କେଓ୍ବାସି ଭରିବେ, ଟଙ୍କା ଆପଣଙ୍କୁ ନିଶ୍ଚିତ ମିଳିବ ବୋଲି କହିଛନ୍ତି ପ୍ରଭାତି ପରିଡା ।

nis-ad
Leave A Reply

Your email address will not be published.