ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଚେତାବନୀ ଦେଲା ଏସସିବି ହାଉସ୍ ସର୍ଜନ୍ ସଂଘ

କଟକ: ହାଉସ୍ ସର୍ଜନ୍ ସଂଘ ଓ ନର୍ସ ସଂଘ ବିବାଦ ସମ୍ପୂର୍ଣ୍ଣ ତୁଟୁନି। ଏଥିଲାଗି ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇପାରେ। ଏନେଇ ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଏସସିବି ହାଉସ୍ ସର୍ଜନ୍ ସଂଘ।

ମିଳିଥିବା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନକୁ ବୁର୍ଲା ମେଡିକାଲ କଲେଜ ହାଉସ୍ ସର୍ଜନ୍ ସଂଘ ମଧ୍ୟ ସମର୍ଥନ ଜଣାଇବେ। ଗତ ୧୮ ତାରିଖରେ ରାତିରେ ଉଚ୍ଚସ୍ତରୀୟ ବୈଠକ ପରେ ଆନ୍ଦୋଳନକୁ ବନ୍ଦ କରାଯାଇଥିଲା।

nis-ad
Leave A Reply

Your email address will not be published.