ଅସରାଏ ବର୍ଷାରେ ବିଇଓ ଅଫିସରେ ପଶିଲା ପାଣି

ପିପିଲି : ଅଫିସ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ଜିଲ୍ଲା କଣାସ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ । ଫଳରେ ଅଫିସ ଆସୁଥିବା କର୍ମଚାରୀ , ଶିକ୍ଷକ ଓ ଅଭିଭାବକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନ ଆସିଲେ ପ୍ରତିବର୍ଷ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ପଡୁନି । ବ୍ଲକ୍‌ର ଶହ ଶହ ବିଦ୍ୟାଳୟର ସରକାରୀ କାଗଜପତ୍ର, ମଧ୍ୟାହ୍ନଭୋଜନ, ବିଦ୍ୟାଳୟ ଘର ନିର୍ମାଣ, ଛାତ୍ରଛାତ୍ରୀଙ୍କ ପାଠପଢ଼ା କ୍ଷେତ୍ରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଢେର୍ ଗୁରୁତ୍ବ ରହିଛି। ସେ ଦୃଷ୍ଟିରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଏନେଇ ଏବିଇଓ ନାରାୟଣ ପ୍ରଧାନଙ୍କ କହିବା ଅନୁଯାୟୀ, ୨୦୨୧ରୁ ଏଭଳି ପରିସ୍ଥିତି ପ୍ରତିବର୍ଷ ବର୍ଷାଦିନେ ସୃଷ୍ଟି ହେଉଛି । ଅଫିସ ଗେଟ୍ ପାଖରୁ ବାରଣ୍ଡା ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଭରିରହୁଛି। ତେବେ ଏନେଇ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେହି ସମାନ ଅବସ୍ଥା ବୋଲି ଅଭିଯୋଗ କରିଛନ୍ତି । ଟିକିଏ ବର୍ଷା ହେଲେ ବେହାଲ ହୋଇପଡୁଛି ପରିସ୍ଥିତି, ସେଥିଲାଗି କାର୍ଯ୍ୟଳୟକୁ କର୍ମଚାରୀ ଓ ଶିକ୍ଷକ ଯାଉନାହାନ୍ତି ।

nis-ad
Leave A Reply

Your email address will not be published.