ସୀମାନ୍ତରେ ମାଓ ସହିଦ ସ୍ତମ୍ଭକୁ ଧ୍ଵଂସ କଲେ ଯବାନ

ମାଲକାନଗିରି, ୧୭।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର କିଷ୍ଟରାମ ଜଙ୍ଗଲରେ ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି ଯବାନ ମାନେ । ସୂଚନା ଅନୁଯାୟୀ କିଷ୍ଟରାମ ଜଙ୍ଗଲରେ ପୋଲିସ ଓ ଭିଭିନ୍ନ ବାଟାଲିଆନର ଯବାନ ମାନେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ । ତେବେ ଏହି ସ୍ମୟରେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଦ୍ଵାରା ନିର୍ମିତ ଏକ ସହିଦସ୍ତମ୍ଭକୁ ଯବାନ ମାନେ ଠାବ କାରୀ ଏହାକୁ ନିଜେ ଧ୍ବଂସ କରି ଦେଇଥିଲେ । ଏହି ସ୍ତମ୍ଭ ଭାଙ୍ଗିବା ସହ ଅଞ୍ଚଳରେ ମାଓ ଭୟକୁ ଦୂର କରିବାରେ ଏକ ପ୍ରକାର ସଫଳତା ପାଇଥିବା ଯବାନ ମାନଙ୍କୁ ପକ୍ଷରୁ କୁହ ଯାଇଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ମାଓ ଭୟକୁ ଦୂର କରିବ ବୋଲି ମଧ୍ୟ କୁହାଯାଇଛି । ତେବେ ଏହି ସ୍ତମ୍ଭ ଭାଙ୍ଗିବା ପରେ ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରିୟ ଜୋରଦାର କରାଯାଇଛି ।

nis-ad
Leave A Reply

Your email address will not be published.