ରାସ୍ତାରେ ଟଳି ପଡିଲେ ବୃଦ୍ଧ

ଛତ୍ରପୁର : ଘରୁ ଛତ୍ରପୁର ଆସୁଥିବା ବେଳେ ରାସ୍ତାରେ ଟଳି ପଡିଲେ ବୃଦ୍ଧ । ତରୁନ୍ତ ତାଙ୍କୁ ଛତ୍ରପୁର ମେଡିକାଲ ୧୦୮ ଯୋଗେ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଗଞ୍ଜାମ ସହରର ଅଭିରାମ ପଣ୍ଡା(୭୫) । ସୂଚନା ଥାଉକି କୈାଣସି କାମରେ ଅଭିରାମ ଛତ୍ରପୁର ଏକ ଗାଡିରେ ଆସିଥିଲେ । ଛତ୍ରପୁର କଲେଜ ଛକ ନିକଟରେ ଓହ୍ଲାଇବା ପରେ ମୁଣ୍ଡ ବୁଲାଇବା ସହ ସେଠାରେ ପଡିଯାଇଥିଲେ । ୧୦୮ ଯୋଗେ ତାଙ୍କୁ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ତାଙ୍କ ନିକଟରେ ଥିବା ବ୍ୟାଙ୍କ ଏଟିଏମ କାର୍ଡରେ ପରିଚୟ ଜଣାପଡିବା ପରେ ପୁଲିସ ପରିବାର ଲୋକଙ୍କୁ ଅବଗତ କରାଇଥିଲେ ।

nis-ad
Leave A Reply

Your email address will not be published.