ଆରଏମସି ତରଫରୁ ଜନଶୁଣାଣି ଅନୁଷ୍ଠିତ

ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଛେଣ୍ଡ ସ୍ଥିତ ମଧୁସୂଦନ ମଣ୍ଡପରେ ମଙ୍ଗଳବାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା କରି ଲୋକମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକ ଶୁଣିବା ସହ ଏଗୁଡ଼ିକର ତ୍ଵରିତ ସମାଧନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଜନଶୁଣାଣିରେ ୱାର୍ଡ ନମ୍ବର ୧୩,୧୪ ଓ ୧୫ ଅଧିନରେ ଥିବା ଛେଣ୍ଡ ଓ କଳିଙ୍ଗବିହାର ଅଞ୍ଚଳର ଅଭିଯୋଗକାରୀ ଶୁଣାଣି ସ୍ଥଳରେ ପହଞ୍ଚି ନିଜ ନିଜର ବିଭିନ୍ନ ଅଭିଯୋଗ ତଥା ସମସ୍ୟା ଗୁଡ଼ିକ ଦାଖଲ କରିଥିଲେ।

ଏଥିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ସହକାରୀ ଆୟୁକ୍ତ ଶ୍ରୀଯୁକ୍ତ ଅଜିତ କୁମାର ପଟ୍ଟନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.