ବିହାର ଢାଞ୍ଚାରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଚାଲିଛି ସେତୁ ନିର୍ମାଣ କାର୍ଯ୍ୟ …!

ଯନ୍ତ୍ରୀଙ୍କ ଠିକାଦାରଙ୍କ ପ୍ରତି ଏତେ ଦରଦ କାହିଁକି……?

ଅଧପନ୍ତରିଆ ଗୋଲା ମୁଣ୍ଡୁଳା ସେତୁର ଛଡ଼ରେ ଲାଗିଲାଣି କଳଙ୍କ…..


ବ୍ରହ୍ମପୁର:୧୭-୭ ଗଞ୍ଜାମ ଜିଲ୍ଲାର ଆସିକା- କବିସୂର୍ଯ୍ୟ ନଗର ଜାତୀୟ ରାଜପଥ ରେ ଅଧପନ୍ତରିଆ ଭାବେ ଦୀର୍ଘ ମାସ ହେଲା ସେତୁ ପାଇଁ କାର୍ଯ୍ୟ ଚାଲିଛି। ହେଲେ ଉକ୍ତ ସେତୁରେ ଯେଉଁ ଛଡ଼ ବ୍ୟବହାର ହୋଇଛି ତାହା ଏବେ ଠାରୁ କଳଙ୍କ ଲାଗି ଗଲାଣି। ଚୁକ୍ତି ନାମାରେ ଉନ୍ନତ ମାନର ତଥା ବ୍ରାଣ୍ଡ ଛଡ ସ୍ଥାନରେ ନିମ୍ନ ମାନର ଛଡ ବ୍ୟବହାର ହୋଇଥିବା ଯୋଗୁଁ ଏବେ କଳଙ୍କ ଲାଗିଥିବା ଚର୍ଚ୍ଚା ହେଉଛି। ବିହାର ଭଳି ଯଦି ଏହି ସେତୁ ଭୁଶୁଡ଼ିଯିବ ବୋଲି ଅଞ୍ଚଳ ବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଲାଣି। ଜଣେ ଠିକାଦାର ଙ୍କୁ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତବିଭାଗ ଓ ଜଳ ସେଚନ ବିଭାଗ ର ଏତେ ଦରଦ କାହିଁକି। ଠିକାଦାର ମହାଶୟ ଙ୍କ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ବି ଅଧପଅନ୍ତରିଆ ଭାବେ କାର୍ଯ୍ୟ ଗୁଡ଼ିକ ହୋଇ ନଥିବା ଅଭିଯୋଗ ହେଉଛି। ଠିକାଦାର ବାବୁଙ୍କ ବିଡ଼ କେପାସିଟି ଜାଞ୍ଜ ହେଲେ ସେ ନେଇଥିବା କାର୍ଯ୍ୟା ଦେଶର ଅସଲ ମୁଖା ଖୋଲିବା ସହ ନିମ୍ନ ମାନର କାମର ପର୍ଦାଫାଶ ହେବ ବୋଲି ଆଲୋଚନା ହେଉଛି। ଏହି ଠିକାଦାର ଙ୍କ ପ୍ରତି ଏହି ସବୁ ବିଭାଗ ର ଆଶୀର୍ବାଦ ଥିବା ଓ କାର୍ଯ୍ୟଦେଶ ସ୍ଥାନରେ ବାବୁ ମାନେ ବି ରହୁନଥିବା ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ଠିକାଦାର ମହାଶୟ ଯେତେ ନିମ୍ନ ମାନର କାର୍ଯ୍ୟ କରିଲେ ବି କୌଣସି କାର୍ଯ୍ୟାନୁ ଷ୍ଠାନ ହେଉନଥିବାର ନଗ୍ନ ନମୁନା ନନ୍ଦିଆ ଗଡ଼ା ସେତୁର ରାଫ୍ଟ କଂକ୍ରିଟ ଧୋଇ ହୋଇଯିବା ଘଟଣା ରୁ ସ୍ପଷ୍ଟ ହେଉଛି। ଏହି ଠିକାଦାର ଙ୍କ ବିଡ଼ କେପାସିଟି ର ଯାଞ୍ଜ ହେଉ କ୍ୱାଲିଟି କଣ୍ଟ୍ରୋଲ ଦ୍ୱାରା ତଦନ୍ତ କଲେ ବାବୁଙ୍କ ଅସଲ ମୁଖା ଖୋଲିବ ବୋଲି ଏବେ ଚାରିଆଡେ ଚର୍ଚ୍ଚା ହେଉଛି। କେବଳ ଏହା ନୁହେଁ ଅଞ୍ଚଳ ର ପ୍ରତ୍ୟେକ କାର୍ଯ୍ୟ ରେ ମିଳିବ ଦୁର୍ନୀତି ର ଗନ୍ଧ ତେଣୁ ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ଜରୁରୀ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହେଉଛି… I

nis-ad
Leave A Reply

Your email address will not be published.