ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଗ୍ରାମ ପଞ୍ଚାୟତ ଅଧୀନସ୍ତ ଏମଭି-୨୫ନମ୍ବର ଗାଁରେ ରହୁଥିବା ରାଜକୁମାର ମଣ୍ଡଳ ନାମକ ଜଣେ ବ୍ୟକ୍ତି ଦୀର୍ଘମାସ ଧରି ଫେସବୁକ ଓ ଇଂଷ୍ଟାଗ୍ରାମରେ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ କୋରୁକୋଣ୍ଡା ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ଏହି ଘଟଣାରେ ବ୍ୟବହୃତ ହୋଇଥିବା ମୋବାଇଲ ଫୋନକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଛାତ୍ରୀଙ୍କ ଫଟୋକୁ କେହିଜଣେ ବ୍ୟକ୍ତି କୌଣସି ପ୍ରକାରେ ସଂଗ୍ରହ କରି ନେଇ ତାଙ୍କ ଫଟୋକୁ ଏଡିଟ କରି ଚଳିତ ବର୍ଷ ଜାନୁଆରୀ ମାସରେ ଅଶ୍ଳୀଳ କରି ଫେସବୁକ ଓ ଇଂଷ୍ଟାଗ୍ରାମରେ ଭାଇରାଲ କରିଥିବା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ଜାଣିବା ପରେ ଏନେଇ ତା- ୧୮/୦୧/୨୦୨୪ ରିଖରେ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ । ପୁନର୍ବାର ଗତ-ତା-୮-୭-୨୪ ରିଖରେ ଥାନାରେ ଦ୍ୱାରସ୍ତ ହୋଇ ଆଉ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ । ଏନେଇ ଥାନାରେ ୧୦୫/୨୦୨୪ ଦଫା ୟୁ/ଏସ ୬୬ ଇ/୬୭ ଆଇଟି ଦଫାରେ ଏକ ମାମଲା ରୁଜୁକରି ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଏମ ଭି-୨୫ଗ୍ରାମରେ ରହୁଥିବା ରାଜ କୁମାର ମଣ୍ଡଳ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇ କାଲି ରାତିରେ ତାଙ୍କୁ ତାଙ୍କ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

nis-ad
Leave A Reply

Your email address will not be published.