ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ରାମ-ବଳରାମ ବେଶ

ଛତ୍ରପୁର : ଛତ୍ରପୁର ସହରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଆଡ଼ପ ମଣ୍ଡପରେ ଶ୍ରୀ ଜୀଉଙ୍କ ୧୦ ଅବତାର ବେଶ ଲାଗି ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି । ଛତ୍ରପୁର ସହରର ରିକାପଲ୍ଲୀ ଆଡ଼ପ ଘରେ ଏଵଂ ଉପରବଜାର ର ଦାସିରୀ ଜଗନ୍ନାଥ ଆଡ଼ପ ମଣ୍ଡପରେ ଶ୍ରୀପତିତପାବନ ଜୀଉଙ୍କ ଦଶ ଅବତାର ବେଶ ଲାଗି ହୁଏ । ମେଇନ୍ ରୋଡ଼ ମଝିବଜାର ରେ ଅବସ୍ଥିତ ରାଜାଘର ଶ୍ରୀ ଜଗନ୍ନାଥ ଙ୍କ ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉ ଙ୍କ ବେଶ ଦେଖିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ଏଠାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ର ନୀତିକାନ୍ତି ଭଳି ଏଠାରେ ନିଆରା ପରମ୍ପରା ପ୍ରଚଳିତ ଥିବା ଦେଖାଯାଏ । ପ୍ରତିଦିନ ସନ୍ଧ୍ୟାରେ ବେଶ ଲାଗି ହୁଏ । ମତ୍ସ୍ୟ, କଛପ,ବରାହ, ନୃସିଂହ, ବାମନ, ପର୍ଶୁରାମ ଅବତାର ବେଶ ଲାଗି ହୋଇ ଆସିଥିବା ବେଳେ ଏଠାରେ ଶନିବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଙ୍କ ରାମ ବେଶ, ଓ ବଳଭଦ୍ର ସ୍ଵାମୀଙ୍କ ବଳରାମ ବେଶ ଖୁବ୍ ନିଆରା ଥିଲା ।
ଏହି ନିଆରା ପରମ୍ପରା ପ୍ରଚଳିତ ଥିବା ଶ୍ରୀମନ୍ଦିର ସଂସ୍କୃତି ସମ୍ପନ୍ନ ଶ୍ରୀ ଜୀଉଙ୍କ ପୂଜା ଆରାଧନା ଓ ଦିଅଁଙ୍କ ଦର୍ଶନରେ ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନେ ଅନେକ ଆନନ୍ଦ ଲାଭ କରିଛନ୍ତି । ଛତ୍ରପୁର ସହରରେ ପ୍ରଚଳିତ ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ଏକ ଅନନ୍ୟ ନିଆରା ପରମ୍ପରା ଅଟେ ବୋଲି ସାଧାରଣରେ କୁହାଯାଏ ।

nis-ad
Leave A Reply

Your email address will not be published.