ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶରତ କୁମାର ମିଶଙ୍କ ୧୯ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ହିଞ୍ଜିଳିକାଟୁ ୧୩/୭ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ଶରତ ମିଶ୍ର ସ୍ମୃତି କମିଟି ସଭାପତି ଶିଶିର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ଶରତ କୁମାର ମିଶଙ୍କ ଉନବିଂଶ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ରେ ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ପୌରପରିଷଦ ଆର ଏମସି ଛକ ଠାରୁ ମାଁ ଶ୍ୟାମଳାଈ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ ଆୟୋଜିତ ହୋଇଥିଲା।

ମଧ୍ୟାହ୍ନରେ ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ରକ୍ତଦାନ ଶିବିର ଆୟୋଜନ ସହ ଓଡ଼ିଶାର ଅର୍ଥନୀତି ରେ ଗଞ୍ଜାମ ର ଅବଦାନ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚନା ଚକ୍ର ରେ ଖଣି,ଇସ୍ପାତ, ବାଣିଜ୍ୟ ଓ ପରିବହନ ଓଡ଼ିଶା ସରକାର ମନ୍ତ୍ରୀ ବିଭୁତି ଭୁଷଣ ଜେନା ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ଶରତ କୁମାର ମିଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଅମର ଆତ୍ମା ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ସଦଗତି କାମନା କରିଥିଲେ ଓ ସ୍ଵର୍ଗତ ମିଶ୍ର ଜଣେ ସରଳ ସଚ୍ଚୋଟ ଓ ପରୋପକାରୀ ଦରଦୀ ମଣିଷ ସହ ଗଞ୍ଜାମ ରାଜନିତୀ ରେ ପ୍ରତୋକ୍ଷ ଭାବେ ନିଜକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ ।

ମୁଖ୍ୟ ବକ୍ତା ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସୋରଡା ବିଧାୟକ ନିଳମଣୀ ବିଷୋଈ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ବରିଷ୍ଠ ଆଇନଜୀବି ନିର୍ମଳ କୁମାର ସାହୁ ‌ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ବରିଷ୍ଠ ବିଜେପି ନେତା ତଥା ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଖଣି ଇସ୍ପାତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ଏନ୍ ହେଚ ୫୯ ରୋଡ କୁ ବାଇପାସ୍ ରାସ୍ତା କରିବା ପାଇଁ ଏକ ଆବେଦନ ପତ୍ର ଦେବା ସହ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ ‌

nis-ad
Leave A Reply

Your email address will not be published.