ନିଖୋଜ ଥିବା ବୃଦ୍ଧାଙ୍କ ମୃତ ଦେହ ମିଳିଲା

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅଗସ୍ତିନୁଆଗାଁ ଗ୍ରାମପଞ୍ଚାୟତର ବଡ ନୋଳିଆନୂଆଗାଁ ଗ୍ରାମର ଏ.ଆଙ୍କାମ୍ମା (୬୮ ବର୍ଷ ) ଗତ ଗୁରୁବାର ତଥା ୧୧ ତାରିଖ ଠାରୁ ଗ୍ରାମ୍ୟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ l କିନ୍ତୁ ସେହି ଦିନଠାରୁ ଆଜି ସକାଳ ସୁଦ୍ଧା ସନ୍ଧାନ ମିଳିନଥିଲା l ଆଜି ମଧ୍ୟାହ୍ନରେ ନୋଳିଆନୂଆଗାଁ ଓ ଅଗସ୍ତିନୂଆଗାଁ ମଧ୍ୟ ଭାଗରେ ଥିବା କାଜୁ ଜଙ୍ଗଲରେ କିଛି ଲୋକ ଜଣେ ମହିଳାର ଶବ ପଡ଼ିଥିବା ଦେଖିବାକୁ ପାଇ ଗଞ୍ଜାମ ଥାନାଧିକାରୀ ସୁମିତ୍ରା ପାତ୍ରଙ୍କୁ ଅବଗତ କରାଇଥିଲେ l ଏହି ଖବର ଶୁଣି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ l ସ୍ଥାନୀୟ ଲୋକଙ୍କ ଠାରୁ ବରାହା ଆକ୍ରମଣ ଦ୍ଵାରା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଶୁଣି ବନ ବିଭାଗ, ପୋଡ଼ାପଦର ରାଜସ୍ବ ନିରୀକ୍ଷକଙ୍କୁ ଘଟଣା ସ୍ଥଳକୁ ଡାକି ତଦନ୍ତରେ ସାମିଲ କରିବା ସହ ଆଲୋଚନା କରିଥିଲେ l ପରବର୍ତ୍ତୀ ସମୟରେ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ l

nis-ad
Leave A Reply

Your email address will not be published.