ପ୍ରଶାସକ ଓ ସମାଜସେବୀଙ୍କ ବିୟୋଗରେ ଶୋକ ଶଭା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରତି ବଳିଷ୍ଠ ଅବଦାନ ରହିଥିବା ଦୁଇ ବ୍ୟକ୍ତି ବିଶେଶ ସମାଜସେବି ସ୍ୱର୍ଗତ କୁଞ୍ଜ ବିହାରୀ ସେନାପତି ତା ଜୁଲାଇ ୦୮ ତାରିଖ ଏବଂ ପୂର୍ବତନ ପ୍ରକଳ୍ପ ପ୍ରଶାସକ ଆ.ଇ.ଟି.ଡି.ଏ ଫୁଲବାଣୀ ଓ ବର୍ତମାନର ଅତିରିକ୍ତ ଜିଲ୍ଲାପାଳ ଗଜପତି ଜିଲ୍ଲା ସ୍ୱର୍ଗତଃ ବିରେନ୍ଦ୍ର କୁମାର ଦାସ ୧୧.୦୭.୨୦୨୪ ରେ ଇହଲିଳା ସମ୍ବରଣ କରିଛନ୍ତି । ଦୁଇ ମହାନ ବ୍ୟକ୍ତି ବିଶେଶଙ୍କ ବିୟୋଗରେ ସାରା କନ୍ଧମାଳ ଜିଲ୍ଲା ଶୋକ ପ୍ରକାଶ କରୁଛି । ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଫୁଲବାଣୀ କାର୍ଯ୍ୟାଳୟ ଠାରେ ଉଭୟ ଙ୍କ ମହତ୍ କାର୍ଯ୍ୟ ଓ ସମାଜ ପ୍ରତି ଅବଦାନକୁ ମନେପକାଇବା ସହ ପରମେଶ୍ୱରଙ୍କ ପାଖରେ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଅନୁଷ୍ଠାନର ସଂମ୍ପାଦକ ହରି ଶଙ୍କର ରାଉତ ସ୍ୱାତୀ ଅନୁଷ୍ଠାନ ର ନିରବଛିର୍ଣ୍ଣ କାର୍ଯ୍ୟଧାରାକୁ ପ୍ରରେଣା ଦେଉଥିବା ଜଣେ ଅସାଧାରଣ ବ୍ୟକ୍ତିବିଶେଶ ଙ୍କୁ ହରାଇଥିବା କହିଥିଲେ । ଏହି ଦୁଇ ଦିବଙ୍ଗତ ବ୍ୟକ୍ତି ଙ୍କ ସହ ଜଡିତ ଥିବା ଅନ୍ୟ କର୍ମଚାରୀ ଯଥା- ସାନ୍ତନୁ କୁମାର ମିଶ୍ର, ପ୍ରଦିପ କୁମାର ସ୍ୱାଇଁ, ବିଶ୍ୱରଞନ କର, ଶିବସୁନ୍ଦର ସାହୁ ଓ ଅନ୍ୟମାନେ ଗଭିର ଶୋକ ପ୍ରକାଶ କରିଥିଲେ ଓ ଅନୁଭୂତି ବଖାଣି ଥିଲେ । ଶେଷରେ ଅମର ଅତ୍ମା ଦ୍ୱୟଙ୍କର ସଦ୍‌ଗତି ନିମନ୍ତେ ସାମୁହିକ ନିରବ ପ୍ରାର୍ଥନା କରାଯାଇଥିଲା ।

nis-ad
Leave A Reply

Your email address will not be published.