ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୭ତମ ପ୍ରତିଷ୍ଠା ଦିବସ

ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୭ତମ ସ୍ବନକ୍ଷତ୍ର ପ୍ରତିଷ୍ଠା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ପୌରହିତ୍ୟରେ ସମସ୍ତ କାର୍ଯ୍ୟ ସୁଚାରୂ ରୂପେ ସଂପାଦିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସରେ ଆସିକା ନିର୍ବାଚନ ମଣ୍ଡଳିର ସାଂସଦ ମହାଶୟା ଅନିତା ଶୁଭଦର୍ଶନୀ ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ। ଓଡ଼ିଶାର ସୁନାମଧନ୍ୟ ନାଟ୍ୟଲେଖକ ତଥା ନାଟ୍ୟ ନିର୍ଦ୍ଦେଶକ, ସାହିତ୍ୟିକ ଅବସର ପ୍ରାପ୍ତ ପ୍ରଫେସର ମେଜର ରମାରମଣ ପାଢ଼ୀ, ମୁଖ୍ୟବକ୍ତା ରୂପେ ମଞ୍ଚାସୀନ ଥିଲେ। ସ୍ବକଲେଜ ପରିଚ଼ାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ସମ୍ମାନିତ ଅତିଥି ରୂପେ ଏବଂ କଲେଜ ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ମଞ୍ଚାସୀନ ଥିଲେ। ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋଙ୍କ ଦ୍ବାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଯାଇଥିଲା। ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପ୍ରଭୁ ଜଗନ୍ନାଥଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଡେମୋନଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର ବେଦପାଠ ମନ୍ତ୍ରଉଚ୍ଚାରଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ମୋ ଓଡ଼ିଶା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଂଯୋଜିକା ଡ. ସସ୍ମିତା ପାତ୍ର ଅତିଥିମାନଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ସାସଂଦ ମହାଶୟା ଛାତ୍ରଛାତ୍ରୀମାନଙ୍କୁ ନିଜ ବ୍ୟକ୍ତବ୍ୟରେ କହିଥିଲେ ଯେ ଧୌର୍ଯ୍ୟହରା ନ ହୋଇ, ଘାତପ୍ରତିଘାତକୁ ସାମନା କରିପାରିଲେ ହିଁ ଜୀବନରେ ସଫଳତା ମିଳେ ଏବଂ ମହାବିଦ୍ୟାଳୟର ଗଠନମୂଳକ କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ପ୍ରତିଶୃତି ଦେଇଥିଲେ। ମୁଖ୍ୟବକ୍ତା କଲେଜ ଇତିହାସର ଗୌରବ ଗାଥା ସହ ପୂଣ୍ୟ ଶ୍ଳୋକ ଜନନାୟକ ହରିହର ଦାଶ, ଡ. ଦ୍ବୁତୀକୃଷ୍ଣ ପଣ୍ଡାଙ୍କ ଅବଦାନ, ମହାବିଦ୍ୟାଳୟ ପ୍ରତିଷ୍ଠାରେ କିପରି ଆଖୁଚାଷୀଙ୍କ ୧ ଟଙ୍କା ଲେଖାଏଁ ଅନୁଦାନରେ ସ୍ଥାପିତ ହୋଇପାରିଥିଲା ତାହାର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ। କଲେଜ ପଠନୀୟ ପରିବେଶରେ ଏବଂ ପରୀକ୍ଷା କ୍ଷେତ୍ରରେ କିପରି ନିରପେକ୍ଷତା ଅବଲମ୍ବନ କରିଥାଏ ତାହାର ମଧ୍ୟ କିଂଚିତ୍ ଆଭାସ ପ୍ରତିପାଦନ କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର ପ୍ରଧାନ କଲେଜର ଲବ୍ଧପ୍ରତିଷ୍ଠିତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ପୂର୍ବ ଗୌରବକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। କଲେଜ ସ୍ତରରେ ଶୀର୍ଷସ୍ଥାନ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗର ଚାରି ଜଣ ଛାତ୍ରଛାତ୍ରୀ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ଶୀର୍ଷସ୍ତରରେ ଥିବା ୨୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଏବଂ ବକ୍ତାଙ୍କ କର କମଳରେ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକାରୀ ସଦସ୍ୟ ଅଧ୍ୟାପକ ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ, ଡ. ଅଜିତ କୁମାର ମୁନୀ, ପବିତ୍ର ଧଙ୍ଗଡାମାଝୀ, ଅଧ୍ୟାପିକା ସେଇଲ୍ କୁମାରୀ ଝା, ଡ. ଜିନିତ୍ ସବା, ଚୁନମୁନ୍ ମହାନ୍ତି, ଲାଇବ୍ରେରୀୟାନ୍ ପିଙ୍କୁ ବିଶୋୟୀ ଇତ୍ୟାଦିଙ୍କ ସହ ମହାବିଦ୍ୟାଳୟର ସମସ୍ତ ବରିଷ୍ଠ ଅଧ୍ୟାପକ, ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀ, ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ସହଯୋଗ ଏବଂ ସଦିଚ୍ଛାରେ ପ୍ରତିଷ୍ଠା ଦିବସଟି ସୁଚାରୂରୂପେ ସଂପାଦିତ ହୋଇପାରିଛି। ପରିଶେଷରେ ପ୍ରଶାସନିକ ଅଧିକାରୀ ଡ. ପରିଚ୍ଛା ପଟ୍ଟନାୟକ ନିଜର ଔଜସ୍ବୀ ବ୍ୟକ୍ତବ୍ୟରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.