ରାଏବଗା ପୋଲିସକୁ ମିଳିଛି ଏକ ବଡ଼ ସଫଳତା : ହତ୍ୟାକାରୀ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧୀନରେ ଥିବା କାଦୋବାହାଲ ପଞ୍ଚାୟତର ବଘିୟାଖାଣ୍ଡି ଗ୍ରାମର ତୁଳା ମିଞ୍ଜ ୫୫ ବର୍ଷକୁ ହତ୍ୟା କରିଥିବା ଆସାମୀକୁ ଧରିବାରେ ସକ୍ଷମ ହେଲା ରାଏବଗା ପୋଲିସ l ସୁନ୍ଦରଗଡ଼ ଏସ ପି ପ୍ରିତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ରାଏବଗା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଆସାମୀକୁ ଧରିବାରେ ସଫଳ ହୋଇଥିଲେ | ଏହି ଦୁଇ ଆସାମୀ ହେଲେ ଧାନି କୁଜୁର ୬୦ ବର୍ଷ ଗ୍ରାମ ଜୟଡେଗା ଚୁନ୍ଦାଟୋଲି ଓ ଦେଓନାଥ ଏକ୍କା (ମୋଟୁ) ୨୩ ବର୍ଷ କଦୋବାହାଲ କରମଟୋଲି ଅଞ୍ଚଳର ବାଲି ଜଣାପଡିଛି ! ତୁଳା ମିଞ୍ଜ ଗତ ୮,୭,୨୦୨୪ ରିଖ ଦିନ ନିଜ ଘର ବଘିୟାଖାନ୍ଧିରୁ ସକାଳ ପ୍ରାୟ ୯ ଟାରେ ବାହାରି ହାଟକୁ ଯାଇଥିଲା | ସେଠାରେ ଧାନୀ କୁକୁର ଓ ଦେଓନାଥ ଏକ୍କା ତୁଳା ମିଞ୍ଜ ଙ୍କ ସହିତ ଭେଟି ଗୋଟିଏ ଜାଗାରେ ବସି ମଦ ସେବନ କରିଥିଲେ | ଧାନୀ କୁକୁରକୁ ୨୦,୦୦୦ ହଜାର ଟଙ୍କା ଦେଇଥିବା ଫେରସ୍ତ କରିବାକୁ କହିଥିଲା ତୁଳା ମିଞ୍ଜ ଏହା ଶୁଣି ଧାନୀ କୁଜୁର ଓ ଦେଓନାଥ ଏକ୍କାଙ୍କ ସହିତ କଥା କଟାକଟି ହେବାରୁ ଦେଓନାଥ ଧାନୀକୁ ମାରିବାକୁ କହିଥିଲା ଯାହା ଫଳରେ ଧାନୀ ଗୋଟିଏ କଚା ବାଉଁଶ ଠେଙ୍ଗାରେ ତୁଲାଙ୍କ ମୁଣ୍ଡରେ ପ୍ରହାର କରିବାରୁ ତୁଳା ତଳକୁ ପଡ଼ିଯାଇଥିଲା ! ଏହା ଦେଖି ଧାନୀ ତୁଲାର ମୁଣ୍ଡରେ ନିଜର ଗାମୁଛକୁ ମେଢ଼ି ଥିଲା | ଏହା ପରେ ଧାନୀ ଓ ଦେଓନାଥ ତୁଲାଙ୍କୁ ଟେକିକରି କାଜୁ ବାଗାନ ପଡ଼ିଆରେ ଛାଡ଼ି ଦେଇଥିଲା ଯାହା ଫଳରେ ତୁଲଙ୍କ ପ୍ରଚୁର ରକ୍ତାକ୍ତ ହୋଇ ଜୁଦୁବୁଜୁ ଅବସ୍ତାରେ ଛାଡ଼ିବା ଜଗୁ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି |ସେ ଯାହାବି ହେଉ ପୋଲିସ ଅଭିଯୁକ୍ତ କୁ ଧରିବାକୁ ସକ୍ଷମ ହୋଇଛି ଏବଂ କୋର୍ଟ ଚାଲାଣ କରିଛି l

nis-ad
Leave A Reply

Your email address will not be published.