କାଲିମେଳା ସେକ୍ସନ କାର୍ଯ୍ୟାଳୟର ନୂଆ କୋଠା ଉଦଘାଟନ କଲା ଟିପିଏସ୍ଓଡିଏଲ୍…

ମାଲକାନଗିରି : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଡିଭିଜନ୍ ଅନ୍ତର୍ଗତ କାଲିମେଳା ସେକ୍ସନ ଅଫିସର ନୂଆ କୋଠା ଉଦଘାଟନ କରାଯାଇଛି । ଏହି ନୂଆ କାର୍ଯ୍ୟାଳୟରେ କର୍ମଚାରୀମାନେ ଗୁଣାତ୍ମକ କାର୍ଯ୍ୟ ପରିବେଶ ପାଇବା ସହ ଉପଭୋକ୍ତାଙ୍କୁ ଉନ୍ନତ ସେବା ପ୍ରଦାନ କ୍ଷେତ୍ରରେ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବେ ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ମାଲକାନଗିରି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଜେନା ଓ ମାଲକାନଗିରି ସବଡିଭିଜନର ଅଫିସର କାର୍ତ୍ତିକ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ ।

ଉପାନ୍ତ ମାଲକାନଗିରି ଜିଲ୍ଲାର ପାହାଡି ଇଲାକାରେ କାଲିମେଳା ବ୍ଲକ୍ ରହିଛି। ଏହା ଘଞ୍ଚ ଜଙ୍ଗଲ ସାଙ୍ଗକୁ ମାଳ ଭୂମିରେ ଅବସ୍ଥିତି।କମ୍ପାନୀ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବାକୁ ପ୍ରତିବଦ୍ଧ ଅଟେ ।

କାଲିମେଳା ସେକ୍ସନର ଏହି ନୂତନ କାର୍ଯ୍ୟାଳୟରେ ସମସ୍ତ ଅତ୍ୟାବଶ୍ୟକ ସୁବିଧା ରହିଛି । କର୍ମଚାରୀମାନେ ବସିବା ଉପଯୋଗୀ ଆରାମଦାୟକ ବ୍ୟବସ୍ଥା କରାଯାଇଥିବା ବେଳେ ପାନୀୟ ଜଳ ଓ ସମସ୍ତ ମୌଳିକ ସୁବିଧାର ବ୍ୟବସ୍ଥା ହୋଇଛି । ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ପାଇଁ କର୍ମଚାରୀମାନଙ୍କର ପ୍ରତିବଦ୍ଧତା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ କମ୍ପାନୀ କର୍ମଚାରୀମାନଙ୍କୁ ଏକ ଉପଯୁକ୍ତ କାର୍ଯ୍ୟକ୍ଷେତ୍ର ଯୋଗାଇବାକୁ ଏଭଳି ପଦକ୍ଷେପ ନେଇଛି ।

nis-ad
Leave A Reply

Your email address will not be published.