ତହସିଲଦାରଙ୍କ ଅଜାଣତରେ କନ୍ଧମାଳ ଜିଲ୍ଲାରେ ଜମି ଜବରଦଖଲ : ବିଜେପି ସରକାରଙ୍କ ଜମି ଉଚ୍ଛେଦ କେବେ.. ?


ଫୁଲବାଣୀ :- ଗତ ଦିନର ଦଳୀୟ ଶାସନ କାଳରେ ଭୋଟରଙ୍କୁ ଅନୁକୁମ୍ପା ଦେଇ ଭୋଟ ହାତେଇ ଚାଲିଥିଲେ। ଯାହାର ଫଳ ସ୍ୱରୂପ କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଜମି, ଜଙ୍ଗଲ ଜମି,ବନ ସଂରକ୍ଷଣ ପାହାଡ଼,ପଥର ବଣି, ଆଦିବାସୀଙ୍କ ଜମି, କଲେଜ ଜମି, ଫୁଲବାଣୀ ପିଲା ସାଲୁଙ୍କି କ୍ବାଟର,ଏମ ଆଇ କ୍ବାଟର, ମନ୍ଦିର ଜମି, ନାରାୟଣୀ ଯାତ୍ରା ପଡିଆ, ହାଟ, ବଜାର ଆଦିକୁ ବେନିୟମ ଭାବେ ରାଜନୈତିକ ବ୍ୟବସାୟୀ ବ୍ୟକ୍ତି ମାନେ ଜବର ଦଖଲ କରି ନେଇଛନ୍ତି । ଏହାରି ଫଳରେ ମୁଖ୍ୟତଃ ଫୁଲବାଣୀ ସହରରେ ଯାତାୟାତ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଭୋଗ କରୁଛନ୍ତି ଜନସାଧାରଣ । ତା ସାଙ୍ଗକୁ ସରକାରୀ ବ୍ୟକ୍ତି ବିଶେଷ ମଧ୍ୟ ଅନେକ ଗୁଡ଼ିଏ ସରକାରୀ ଚାକିରୀ କରି ବେନିୟମ ଭାବେ, ବାସହୀନ ପଟ୍ଟା ନିଜ ନାମରେ କରାଇ ଜମିକୁ ଜବର ଦଖଲ କରି ସେଠାରେ ଘର କରି ରହିଆସୁଛନ୍ତି। ରାଜସ୍ୱ ଅଧିକାରୀଙ୍କ ପକେଟ ଗରମ କରି ଯିଏ ଯେମିତି ପାରିଲା କନ୍ଧମାଳ ଜିଲ୍ଲା ଯଥା ଫୁଲବାଣୀ ସହର, ଖଜୁରୀପଡା,ଫିରିଙ୍ଗିଆ, ବାଲିଗୁଡ଼ା, ଟିକାବାଲି ଆଦି ଅଞ୍ଚଳରେ ବେଆଇନ ଭାବେ ଜମି ଜବର ଦଖଲ କରିନେଇଛନ୍ତି। ଏମିତି କି କିଛି ରାଜ୍ୟସ୍ୱ ବିଭାଗର କର୍ମଚାରୀ ମାନେ ମଧ୍ୟ ଏହି ଜମି ଜବର ଦଖଲ କରିବାରେ ସବା ଆଗରେ ରହିଛନ୍ତି। ଫୁଲବାଣୀ ସହରର କିଛି ସ୍ଥାନରେ ପୂର୍ବରୁ ସରକାରୀ ଜମିରେ ଓଡିଶା ସରକାରଙ୍କ ନିଷିଦ୍ଧାଞ୍ଚଳ ବୋର୍ଡ଼ ମଧ୍ୟ ଲଗାଯାଇଥିଲା । ହେଲେ ବିଭାଗୀୟ ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଲୋଭ ଅଥବା ପ୍ରାଭାବ ଶାଳୀ ବ୍ୟକ୍ତିଙ୍କ ପ୍ରଭାବରୁ ସେ ସବୁ ଜମିରେ ଏବେ ବଡ଼ ବଡ଼ କୋଠା ନିର୍ମାଣ ହୋଇସାରିଥିବା ବେଳେ ସରକାରୀ ବୋର୍ଡ଼ ଓ ଏହାର କଟକଣା ସବୁ ଲୋକ ହସା ସଦୃଶ୍ୟ ହୋଇରହିଛି l କେବଳ ନାମକୁ ମାତ୍ର ଫୁଲବାଣୀ ସହରରେ ପ୍ରଶାସକଙ୍କ ଗହଳ ଚହଳ l ନଚେତ ଏମାନେ କୌଣସି କାମକୁ ନୁହଁନ୍ତି ବୋଲି ଜନସାଧାରଣରେ କୁହାଯାଉଛି l ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲାରେ ଏହି ସମସ୍ୟା ମୁଣ୍ଡ ଟେକି ରହିଛି । ଫିରିଙ୍ଗିଆ, ବାଲିଗୁଡା, ରାଇକିଆ, ଜି ଉଦୟଗିରି, ତୁମୁଡିବନ୍ଧ ଓ ଦାରିଙ୍ଗବାଡ଼ି ବ୍ଲକ, ତହସିଲ ଅଞ୍ଚଳରେ ଏଭଳି ମାଳ ମାଳ ସରକାରୀ ଜମିକୁ ଜବର ଦଖଲ କରି ବିଭିନ୍ନ ପ୍ରଭାବ ଶାଳୀ ବ୍ୟକ୍ତି କୋଠା ନିର୍ମାଣ କରି ରହି ଆସୁଛନ୍ତି। କନ୍ଧମାଳ ଭଳି ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି, ଏଠି ସରକାରୀ ଜମିରେ ବିଭିନ୍ନ ବେଆଇନ କୋଠା, ହୋଟେଲ ନିର୍ମାଣ ହୋଇଥିବା ବେଳେ ଲୋକଙ୍କୁ ଠକି ଜଙ୍ଗଲ ଜମି ଗୁଡ଼ିକୁ ବେଆଇନ ଭାବେ ବିକ୍ରିଭଟା କରାଯାଉଛି।ଏମିତି କି ସରକାରୀ ଜମିକୁ ମଧ୍ୟ ଜବର ଦଖଲ କାରୀ ରାଜସ୍ବ ବିଭାଗର ଜାଣତରେ ଓ ପ୍ରଶାସନ ର ସହଯୋଗରେ ବିକ୍ରିଭଟା କରୁଛନ୍ତି। ଏପରି ସମଗ୍ର ଜିଲ୍ଲା ସାରା ଦଖଲ କରିଛନ୍ତି।ହେଲେ ସ୍ଥାନୀୟ ପ୍ରଶାସକ ଅଥବା ଜିଲ୍ଲା ପ୍ରଶାସନ କେହି ମଧ୍ୟ ଅଭିଯୋଗ ସତ୍ତ୍ୱେ ଦୃଢ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଏଭଳି ସ୍ଥିତିରେ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ଦିନରୁ ଯେଉଁଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜମି କେଳେଙ୍କାରୀର ଖବର ସବୁ ସାମ୍ନାକୁ ଆସିବାରେ ଲାଗିଛି ତାକୁ ଆହୁରି ଅଧିକରୁ ଅଧିକ ଖୋଳତାଳ କରି ସରକାରୀ ଜମିରୁ ଜବରଦଖଲ ଗୁଡ଼ିକ ସବୁ ଉଚ୍ଛେଦ କରିବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟର ନୂତନ ବିଜେପି ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ ମାନଙ୍କୁ RDM- LRGEB-POLICY-0001-2024/21855/R&DM, Date 6-7-24 ରେ ନିର୍ଦ୍ଦେଶ ଦିଆଯାଇଛି। ଆଉ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟ କ୍ଷମ କରି ବିଭିନ୍ନ ଜିଲ୍ଲାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଲାଣି କିନ୍ତୁ କନ୍ଧମାଳ ଜିଲ୍ଲାର ତହସିଲ ଦାର ଓ କର୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଶୋଇଛନ୍ତି l କାରଣ ଏଠି ଯେଉଁସବୁ ଜମି ଜବର ଦଖଲ ହୋଇଛି ସେ ସବୁ ପାଇଁ ମୋଟା ଅଙ୍କ ସାଙ୍ଗକୁ ମନ ପସନ୍ଦର ପୋଷ୍ଟିଂଗ ଆହୁରି କେତେ କଣ ଯେ ମିଳିଛି କହିହେବନି । ଏମିତିରେ ପ୍ରଶାସକ ମାନେ କଣ କାର୍ଯ୍ୟାନୁଷ୍ଠାନ ନେବେ କିଛି ଭାବିପରୁନଥିବା ବେଳେ ଜନସାଧାରଣଙ୍କ ମତରେ ରାଜ୍ୟ ସରକାରଙ୍କ ଜମି ଜବରଦଖଲ ଉଚ୍ଛେଦ କୁ ନେଇ ରହିଥିବା ନିର୍ଦ୍ଦେଶ କନ୍ଧମାଳ ଜିଲ୍ଲାର ପ୍ରଭାବ ଶୂନ୍ୟ ବୋଲି କୁହାଯାଉଛି l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାରୀ ଜମିକୁ ବେନିୟମ ଭାବେ ଜବରଦଖଲ କରିଥିବା ରାଜନୈତିକ ବ୍ଯକ୍ତି, ବ୍ୟବସାୟ ପ୍ରତିଷ୍ଠାନ ଏବଂ ବଡ କୋଠା, ଘର ନିର୍ମାଣ କରିଥିବା ବ୍ଯକ୍ତି ମାନଙ୍କ୍ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଜମି ଉଛେଦକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସଙ୍ଘଗଠନ, ବିଭିନ୍ନ ସଂଘ ମାନଙ୍କ୍ ଜରିଆରେ ଜମି ଉଛେଦ ନିର୍ଦ୍ଦେଶ ରଦ୍ଦ କରିବା ପାଇଁ ବିଭିନ୍ନ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ବିଭିନ୍ନ ସ୍ଥାନରେ ସଭା ସମିତି କରି ଜମି ଉଛେଦ ପ୍ରକ୍ରିୟା କିପରି ବନ୍ଦ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କଲେଣି l ଅନ୍ୟପକ୍ଷେ ଆଧିକାଂଶ ଭୋଟର, ଜନସାଧାରଣ, ବୁଦ୍ଧିଜିବୀ ମାନେ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକୁ ସ୍ଵାଗତ ଜଣାଇବା ସହିତ ଉଚିତ୍ ପଦକ୍ଷେପ ନେଇଛନ୍ତି ବୋଲି କହିବାର ଶୁଣିବାକୁ ମିଳୁଛି l

nis-ad
Leave A Reply

Your email address will not be published.