ହେରା ପଞ୍ଚମୀ ବିଧାନ : ଦର୍ଶନ ପାଇଁ ବିପୁଳ ଜନସମାଗମ

ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାର
ହିଞ୍ଜିିଳିକାଟୁ : ରଥଯାତ୍ରାର ପଞ୍ଚମ ଦିବସରେ ଆଜି ହେରା ପଞ୍ଚମୀର ନାଟକୀୟ ବିଧାନ ଦର୍ଶନ ପାଇଁ ସ୍ଥାନୀୟ ଆଡପ ମଣ୍ଡପ ପରିସରରେ ବିପୁଳ ଜନସମାଗମ ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ , ଅଗ୍ରଜ ଭ୍ରାତା ବଳଭଦ୍ର ଓ ଭଗ୍ନି ଦେବୀ ସୁଭଦ୍ରାଙ୍କ ସହ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥିଲେ । ଗୁରୁବାର ଦିନ ଦୁର୍ଲଭ ନୃସିଂହ ବେଶ ସାଙ୍ଗକୁ ସପ୍ତ ଆଳତି ଓ ୧୦୮ ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ଓ ରୀତିନୀତି ଅନୁସାରେ ପାବନ ଶ୍ରୀକ୍ଷେତ୍ର, ପାଟଣା ସାହି,ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ରେ ଅବସ୍ଥାନ କରୁଥିବା ମାତା ଲକ୍ଷ୍ମୀ ରାତି ଆଠଟା ବେଳକୁ ଷଡ଼ଚକ୍ର ଯାନ ରଥାରୂଢ ହୋଇ ବିଭିନ୍ନ ବାଦ୍ୟ ବାଜଣା ଓ ପଟୁଆରରେ ଆଡ଼ପ ମଣ୍ଡପକୁ ଆସିଥିଲେ । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଟେରାବାଡ଼ ଦ୍ୱାରା ଦେଢଶୁର ବଳଭଦ୍ରଙ୍କୁ ଆଢୁଆଳରେ ରହି ମହାପ୍ରଭୁଙ୍କ ସହ ବଚନିକା ମାଧ୍ୟମରେ ଝଗଡ଼ା କରିଥିଲେ ।

ଶ୍ରୀଜଗନ୍ନାଥଙ୍କ ଏ ସ୍ୱଷ୍ଟିକରଣରେ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଗଲାବେଳେ ନନ୍ଦିଘୋଷ ରଥ ନିକଟକୁ ଯାଇ ଏହାର ଏକ ଅଂଶ ଭଗ୍ନକରି ସନ୍ତକ ସ୍ୱରୁପ ନିଜର ବହୁମୂଲ୍ୟ ନାକଚଣାକୁ ରଥ ନିକଟରେ ପକାଇ ଦେଇ ଫେରି ଯାଇଥିଲେ । ପରେ ବିଜେ ପ୍ରତିମା ଶ୍ରୀ ମଦନମୋହନ ନାକଚଣାକୁ ଉଦ୍ଧାର କରି ନେଇ ଆସିଥିଲେ । ହେରା ପଞ୍ଚମୀ ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହିରେ ବ୍ରହ୍ମପୁର ର ଶ୍ରୀ ଶ୍ରୀ ସଙ୍କଟ ମୋଚନ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ‌‌।ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଵିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା,ଓ ପେସ କମ୍ପୁଟର ଏକାଡେମୀ ର ମୁଖ୍ୟ ସହଦେବ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ସାରୁ, କଞ୍ଚୁରୁ, ମକରଝୋଳ, ପୋଡିଙ୍ଗି, ଦୁର୍ବନ୍ଧ,ଶାସନଆମ୍ବଗାଁ ସମେତ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଡପମଣ୍ଡପ ପରିସରରେ ଶ୍ରୀଜୀଉମାନଙ୍କୁ ନୃସିଂହ ବେଶରେ ସଜ୍ଜିତ କରାଯାଇ ହେରାପଞ୍ଚମୀ ନୀତି ସମ୍ପନ୍ନ କରାଯାଇଥିଲା।

nis-ad
Leave A Reply

Your email address will not be published.