ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନିର୍ଧୁମ ମାଡ଼ ବିଭତ୍ସ ଅତ୍ୟାଚାର

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟ ରୁ ଆଜି ସକାଳୁ ଜଣେ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପୋଲିସ l ଗୁରୁତର ମହିଳା ଜଣକ ବୁଗୁଡ଼ା ଅଞ୍ଚଳର ହୋଇଥିବା ବେଳେ ଗତକାଲି ଅପରାହ୍ନ ରୁ ଚାରି ରୁ ଉର୍ଦ୍ଧ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟ ପାହାଡ଼ରେ ରଖି ମାଡମାରିବା ସହିତ ଗଣଦୁଷ୍କର୍ମ ପରେ ଯୌନାଙ୍ଗ ରେ ମଦ ବୋତଲ ପୁରାଇଦେଇ ଥିବା ମହିଳା ଜଣକ କହିଛନ୍ତି l ଶରୀର ବିଭିନ୍ନ ଠାରେ ଗଭୀର ଆଘାତ ଚି଼ହ୍ନ ରହିଛି l ତେବେ ଗଞ୍ଜାଇ ବ୍ୟବସାୟ କୁ କେନ୍ଦ୍ରକରି ମହିଳା ଙ୍କୁ ଆକ୍ରମଣ ହୋଇଥିବା ବେଳେ ଗତକାଲି ଠାରୁ ମହିଳାଙ୍କୁ ନିର୍ଯ୍ୟାତନା ପରେ ଆଜି ସକାଳୁ ହ୍ରଦ ନିକଟରେ ମହିଳା ମୁମୃଷ ଅବସ୍ଥାରେ ପଡ଼ିଥିବା ବେଳେ ପୋଲିସ ଖବରପାଇ ଉଦ୍ଧାରକରି କବିସୂର୍ଯ୍ୟନଗର ମେଡ଼ିକାଲରେ ଭର୍ତି କରିଥିବା ଦେଖିବାକୁ ମିଳିଛି l

ତେବେ ଆକ୍ରମଣ କାରୀଙ୍କ ମଧ୍ୟରୁ ଦୁଇଜଣ ବାବନପୁର ଅଞ୍ଚଳର ହୋଇଥିବା ପୋଲିସ ତଦନ୍ତ ରୁ ଜାଣିପାରିଛି l କିଛି ମାସପୂର୍ବରୁ କୋଦଳା ନିକଟ ଛଚିନା ଗ୍ରାମ ଛକ ପାଖରୁ ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ରକରି ଜଣେ ଯୁବକୁ ଦୁର୍ବୁତ୍ତ ମାନେ ଅପହରଣ କରି ହତ୍ୟାକରିବା ପରେ ନିକଟ ଏକ ବୁଦାକୁ ଫୋପାଡ଼ି ଦେଇଥିଲେ l ଘଟଣା କୁ କିଛିମାସ ନପୂରୁଣୁ ପୁଣି ଆଉଏକ ସମାନ ଘଟଣାର ପୁନରାବୃତ୍ତି ହୋଇଥିବା ଆଲୋଚନା ହେଉଛି l ଏକ ବାଇକ ସହ ତିନି ଅଟକ ରଖି ପୋଲିସ ପଚରାଉଚରା ଚଳାଇଥିବା ସୂଚନା ହସ୍ତଗତ ହୋଇଛି।

nis-ad
Leave A Reply

Your email address will not be published.