ବିଦ୍ୟାଳୟ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ, ଧାନଘରର କର୍ମଚାରୀ କୁରେଶୁ ସେଠୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧକ୍ଷତl ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୁରେଶୁଙ୍କ କର୍ମମୟ ଜୀବନୀ ଉପରେ ଆଲୋକ ପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରମୋଦ କୁମାର ବୈଦ୍ୟ, ଫକୀର ମୋହନ ବିଷୋୟୀ, ବୈକୁଣ୍ଠ ନାଥ ସାହୁ,ବୈକୁଣ୍ଠ ନାଥ ପାଢ଼ୀ, ସୁଶାନ୍ତ କୁମାର ପଟ୍ଟନାୟକ, ସିମାଞ୍ଚଳ ଗୌଡ଼, ସୁନୀଲ କୁମାର ପଣ୍ଡା, ବୃନ୍ଦାବନ ବିଷୋୟୀ ଓ ମଧୁସୂଦନ ପାଗଡ଼l ପ୍ରମୁଖ ବିଦୟୀ କର୍ମଚାରୀଙ୍କ ଗୋଟିଏ ବିଦ୍ୟାଳୟର ଆରମ୍ଭ ଠାରୁ ଅବସର ପର୍ଯ୍ୟନ୍ତ ଦୀର୍ଘ 29ବର୍ଷ କାର୍ଯ୍ୟ କରିଥିବା ଯୋଗୁଁ କାର୍ଯ୍ୟ ଓ ଅତୀତର ସ୍ମୃତି ଚାରଣ କରାଯାଇଛି l ବିଦ୍ୟାଳୟ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ତରଫରୁ ଉପଢୌକନ,ବାଇ-ସାଇକେଲ, ସାର୍ଟ, ପେଣ୍ଟ, ଛତା, ଜୋତା ଓ ବିଭିନ୍ନ ଉପହାର ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା l

nis-ad
Leave A Reply

Your email address will not be published.