ସାପ କାମୁଡାରେ ଜଣେ ମୃତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଝୁନମୁର ପଞ୍ଚାୟତର ଗୋପୁର ନଦୀ ଡିପା ଗ୍ରାମରେ ଗତ କାଲି ରାତ୍ରରେ ହାଠାରୁ ନିରାଲା ୬୦ ବର୍ଷ ନିଜ ଘରେ ସୋଇଥିବା ବେଳେ ଗୋଟିଏ ବିଷାକ୍ତ ସାପ ରାତ୍ରରେ ଘରକୁ ପଶି କାମୁଡି ଥିଲା | ଘର ଲୋକେ ସଙ୍ଗେ ସଙ୍ଗେ ରାଏବଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରୁ ଡାକ୍ତର ତାଙ୍କୁ ରାଉଲକେଲା ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଠାଇଥିଲେ | ଡାକ୍ତର ହାଠାରୁ ନିରାଲାର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିବା ଜାଣିବା ପରେ ଘର ଲୋକେ ରାଏବଗା ଥାନାକୁ ଆସି ଲିଖିତ ଦରଖାସ୍ତ ଦେଇଥିଲେ | ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରି ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିବା ପୋଲିସ ପକ୍ଷରୁ ପ୍ରକାଶ |

nis-ad
Leave A Reply

Your email address will not be published.