ତିନି ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମପଂଚାୟତର ହାଟପଦାସାହିରେ ଏକ ଅଭାବନୀୟ ଘଟଣା ଘଟିଛି l ଯାହା ସୂଚନା ମିଳିଛି କିଛି ଦୁର୍ବୃତ୍ତ ଗତ କାଲି ବିଳମ୍ବିତ ରାତ୍ରିରେ ହାତରେ ଭୁଜାଲି ଛୁରୀ ମାଉଜର ଏବଂ ମାରଣା ଅସ୍ତ୍ର ଧରି ସେହି ଗ୍ରାମର ସନ୍ତୋଷ ନାୟକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ l ସନ୍ତୋଷ ନାୟକ ଆକ୍ରମଣ ଭୟରେ ସଙ୍ଗେ ସଙ୍ଗେ ଘର ଭିତରକୁ ଦୌଡ଼ି ପଳାଇ କବାଟ ବନ୍ଦ କରି ଦେଇଥିଲେ l ସେ ଘରେ ଥାଇ ବସନ୍ତ ଦଲବେହେରା ଙ୍କୁ ଫୋନ ଦ୍ଵାରା ଜଣାଇଥିଲେ l ବସନ୍ତ ଘରୁ ବାହାରି ଆସି ଦୁର୍ବୃତ୍ତ ମାନଙ୍କୁ କାହିଁକି ତାକୁ ମାରିବାକୁ ଆସିଛ କହିବାରୁ ତା ପେଟକୁ ଛୁରାରେ ଭୂଷି ଦେଇଥିଲେ l ସେହି ସାହିର ଅନ୍ୟ ଏକ ଯୁବକ ପିଣ୍ଟୁ କହଁର ତାକୁ ଅଟକାଇ ବାକୁ ଗଲାବେଳେ ତାଙ୍କୁ ମଧ୍ଯ ପେଟରେ ଛୁରା ଭୂଷି ଦେଇଥିଲେ l ଏହି ସମୟରେ ଲକ୍ଷ୍ମୀକାନ୍ତ ରଣା ନାମରେ ଜଣେ ଯୁବକ ଛଡାଇବାକୁ ଗଲାବେଳେ ତା ହାତକୁ ହାଣି ଦେଇଥିଲେ l ଗାଁ ଲୋକ ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ଦୁବୃର୍ତ୍ତ ମାନଙ୍କୁ ମଧ୍ୟରୁ ଜଣଙ୍କୁ କାବୁ କରି ଥିଲେ l ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ତିନିଜଣଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ର ଭର୍ତି କରାଇଥିଲେ l ଖବର ପାଇ ଫୁଲବାଣୀ ବିଧାୟକ ଉମା ମଲ୍ଲିକ ଫୁଲବାଣୀ ମେଡିକାଲକୁ ଯାଇ ଉତ୍ତମ୍ ଚିକିତ୍ସା ନିମନ୍ତେ ଗୁରୁତର ହୋଇଥିବା ବସନ୍ତ ଓ ପିଣ୍ଟୁ କୁ ଭୁବନେଶ୍ବର ଏମ୍ସକୁ ପଠାଇବା ବ୍ୟବସ୍ଥା କରିଥିଲେ l ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବସନ୍ତ ଦଳବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ପିଣ୍ଟୁ କହଁର ବର୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୂଚନା ମିଳିଛି l ବିଧାୟକ ଉମା ମଲିକ ଫୁଲବାଣୀରୁ ଏମ୍ସ ସ୍ଥାନାନ୍ତରିତ କରିବା ସମୟରେ କିଛି ଅର୍ଥରାଶି ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ସର୍ବେଶ୍ଵର କହଁର, ସାମ୍ବାଦିକ ମନୋଜ ଗଉଡ,ରାଜେଶ ପାଣିଗ୍ରାହୀ ଆହତ ମାନଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ l ଏନେଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥାନାରେ ୧୦୭/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଏପରି କାହିଁକି କିପରି ଘଟିଲା ତାହା ତଦନ୍ତ ପରେ ଅଧିକ୍ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି l

nis-ad
Leave A Reply

Your email address will not be published.