ଛତ୍ରପୁର ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ଅଭିଯୋଗ :ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ…


ଛତ୍ରପୁର, ତା. ୫ / ୭ ଛତ୍ରପୁର ସହରାଞ୍ଚଳର ଚାରି ପାର୍ଶ୍ଵରେ ଥିବା ପୋଖରୀ ଗୁଡ଼ିକର ଖନନକାର୍ଯ୍ଯ ଏବେ ସୁଦ୍ଧା ସରିନାହିଁ । ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ସାଧାରଣରେ ଅଭିଯୋଗ ହୋଇଛି ।
ପୋଖରୀ ଖନନ କାର୍ଯ୍ଯ-ପ୍ରକଳ୍ପ ଗୁଡ଼ିକ ଛତ୍ରପୁର ଏନ୍.ଏ.ସି. କର୍ତ୍ତୃପକ୍ଷ ହାତକୁ ନେଇଥିଲେ । ଯନ୍ତ୍ରୀ,କାଉନସିଲର, ଠିକାଦାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ପ୍ରଥାରେ କାର୍ଯ୍ୟରେ ଢିଲା କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଥାଉକି, ପୂର୍ବ-ସରକାରଙ୍କ ମାଳ ମାଳ ଯୋଜନାରେ ତତ୍କାଳୀନ ୫-ଟି ସରକାରଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଅଜି ବାଟମାରଣା ହୋଇଯାଇଥିବା କୁହାଯାଏ । ସୂଚନା ଯୋଗ୍ୟ ଯେ’ ଜିଲ୍ଲା ପ୍ରଶାସନ ଜରିଆରେ ସ୍ଥାନୀୟ ପୌର କର୍ତ୍ତୃପକ୍ଷ ନେଇଥିବା ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ଅଦ୍ୟାବଧି ସମ୍ପନ୍ନ ହେବାରେ ବିଳମ୍ୱ ଘଟିଛି । ମୁକ୍ତା ଯୋଜନା ଆଳରେ ଆସିଥିବା ଅନୁଦାନ ବାଟମାରଣା ହୋଇଯାଇଛି, ଯାହା ସ୍ଵତଃ ସ୍ପଷ୍ଟ କରୁଛି । ଛତ୍ରପୁର ଏନ୍.ଏ.ସି. କର୍ତ୍ତୃପକ୍ଷ ତଥା ଅବସ୍ଥାପିତ ନିର୍ବାହୀ ଅଧିକାରୀ କୌଣସି ଘଟଣା ସ୍ଥଳ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ଜଣାପଡିନାହିଁ । ପୋଖରୀ ଗୁଡ଼ିକର ଖନନ କାର୍ଯ୍ଯ ପ୍ରକଳ୍ପ ନାମରେ ଆସିଥିବା ଅର୍ଥ କିଭଳି ଭାବେ ସଦ୍-ବ୍ୟବହାର କରାଯାଉଛି, ତାହାର ତଥ୍ୟ ଆକଳନ କିମ୍ଵା ସର୍ବସାଧାରଣରେ ବିଜ୍ଞପ୍ତି ଫଳକ କୌଣସି ସ୍ଥାନରେ ଲଗା ଯାଇନାହି । ମୁଖ୍ୟଯନ୍ତ୍ରୀ ତଥା ଏମ୍.ଇ. ଙ୍କୁ ପଚାରିଲେ, କୌଣସି ତଥ୍ୟ ପ୍ରଦାନ କରୁନାହାନ୍ତି, ବରଂ ଖାଲିରେ ବିଗୁଡୁଛନ୍ତି । ଏଥିରୁ ଜଣାପଡ଼ିଛି ଅର୍ଥ ଆତ୍ମସାତ ହେଇଯାଇଛି । ପୁଣି ବର୍ଷା ଋତୁ ଆସିଲାଣି ହୋଇଥିବା ସବୁତକ କାର୍ଯ୍ୟ ସବୁ ପାଣି କାଦରେ ମିଶିଯିବା ପାଇଁ ବିଭାଗୀୟ ଯନ୍ତ୍ରୀମାନେ ସୁଯୋଗ ଦେଖୁଛନ୍ତି । ଯାହାକି, ଗତ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲା । ୨୦୨୨ ମସିହାରେ ପୌରାଞ୍ଚଳ ସଧାରଣ ନିର୍ବାଚନ ସମ୍ପନ୍ନ ହେବା ପରଠାରୁ ସହରାଞ୍ଚଳର ପୋଖରୀ ଗୁଡ଼ିକ ଖନନ କରାଯାଇଥିଲା । ଠିକ୍ ସେହିପରି ରିକାପଲ୍ଲୀ ଗେଟ୍ ବନ୍ଧ ପୋଖରୀର ପୁନଃ-ରୁଦ୍ଧାର କାର୍ଯ୍ୟ ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଉପସ୍ଥିତିରେ ପୋଖରୀ ଖୋଳା ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିଲା । ସେତେବେଳକୁ ମୌଷମୀ ଆସିବା ସମୟ ହୋଇଯାଇଥିଲା । ତେଣୁ କିଛି ଦିନ ପୋଖରୀ ଖୋଳା କାର୍ଯ୍ଯ ହେବା ପରେ ବର୍ଷା ହୋଇଯାଇଥିଲା । କାମ ସେତିକିରେ ବନ୍ଦ ହୋଇଯାଇଥିଲା । ପୁଣି କିଛି ଦିନପରେ ବର୍ଷା ପାଣି କୁ ଖାଲି କରି ପୁଣି କିଛି କାର୍ଯ୍ୟ କରାଗଲା । ପୁଣି ଚଳିତ ସଧାରଣ ନିର୍ବାଚନ ୨୦୨୪ ବେଳକୁ ସରକାରଙ୍କ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ଫାଇଭ-ଟି, ମିଶନ-ଶକ୍ତି, ମୁକ୍ତା ଯୋଜନା ଆଳରେ
ନବୀନ ବାବୁଙ୍କ ଫଳକମାନ ଲଗାଯାଇ ସବୁଠି ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତିରେ ୫-ଟି. ନୂତନ କାର୍ଯ୍ୟ ଓ ପ୍ରକଳ୍ପ ଗୁଡ଼ିକର ଶୁଭାରମ୍ଭ ହେଲା । ଏହାକୁ ରାଜନୈତିକ ପ୍ରଭାଵ ବିସ୍ତାର କରି ବିଜୁ ଜନତା ଦଳ କ୍ଷମତାରେ ଥିବାବେଳେ ଏହି ସବୁ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏଗୁଡ଼ିକର କୌଣସି କାର୍ଯ୍ୟ ସୁଫଳ ହୋଇନାହିଁ । ବହୁ ପୂର୍ବରୁ ନିର୍ମାଣ ହୋଇଥିବା ପୋଖରୀ ଗୁଡ଼ିକ ର ପାହାଚ ଅତିକ୍ରମ କରି ଗାଧୋଇ ଯିବାରେ ଲୋକଙ୍କ ପାଇଁ ଭଲ ସୁବିଧା ଥିଲା । କିନ୍ତୁ ଏବେ ସେହି ସବୁ ପୋଖରୀ ଗୁଡ଼ିକ ଅଣ-ଓସାରିଆ କରିଦିଆଯାଇଛି । ପୋଖରୀ ଗୁଡ଼ିକ ର ପୁନଃରୁଦ୍ଧାର କାର୍ଯ୍ୟ ଏଯାବତ ସମ୍ପନ୍ନ ହୋଇନାହିଁ । କୌଣସି ପୋଖରୀ ଗୁଡ଼ିକରେ ପଥରବନ୍ଧା ଯିବା, ସିମେଣ୍ଟ କଂକ୍ରିଟ କାର୍ଯ୍ୟ, କିମ୍ଵା ଟାଇଲ ପକାଇବା କାର୍ଯ୍ୟ ହୋଇନାହିଁ । ଗୋଟିଏ ଗୋଟିଏ ପୋଖରୀ ର ୩/୪ଥର ଲେଖାଏଁ ପ୍ରକଳ୍ପ କାର୍ଯ୍ୟ କରାଯାଇ ବର୍ଷା ଲାଗି ଧୋଇ ହୋଇଯିବା କାରଣ ଦେଖାଉଛନ୍ତି । ଯାହା ସରକାରଙ୍କ ଅନୁଦାନ ଅର୍ଥ ଖର୍ଚ୍ଚ ଦେଖାଇ ହରିଲୁଟ କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଅଛି ।।

nis-ad
Leave A Reply

Your email address will not be published.