ବ୍ରହ୍ମପୁର, ତା.୫ / ୭ ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲ୍ ର ଆବାହକ ପ୍ରଦୀପ କୁମାର ପାଢୀ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପାଢୀ ଭୁବନେଶ୍ଵର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସୁପାରିସ କ୍ରମେ ଏହି ସ୍କାରକପତ୍ର ପ୍ରଦାନ କରାଯାଇଛି। ଛତ୍ରପୁରରୁ ଅଳ୍ପ ଦୂରରେ ଆର୍ମି ଏୟାର ଡିଫେନ୍ସ କଲେଜ ଥିବା ଯୋଗୁଁ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଏଠାକାର ପରିବେଶ ଅନୁକୁଳ ରହିଛି । ଆକାଶପଥ, ଜଳପଥ, ଜାତୀୟ ରାଜପଥ, ରଜ୍ୟ-ରାଜପଥ , ଅନୁକୂଳ ଜଳବାୟୁ ବାତାବରଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଥିବା ଯୋଗୁଁ ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳର ଛାତ୍ରଛାତ୍ରୀ ପାଠପଢ଼ିବାରେ ଉପକୃତ ହୋଇ ହାଇପାରିବେ ବୋଲି ଶ୍ରୀ ପାଢୀ ସ୍ପଷ୍ଟ ଭାବରେ କହିଛନ୍ତି
Sign in
Sign in
Recover your password.
A password will be e-mailed to you.